ଜମିଛି ବର୍ଷା ପାଣି, ଘରୁ ବାହାରିବା ହୋଇପଡ଼ୁଛି ଅସମ୍ଭବ

ପୁରୀ (ମଧୁସୂଦନ  ମିଶ୍ର): ଲଗାଣ ବର୍ଷା ପରେ ପୁରୀ ସହରର ସୁଜାତାନଗର ଓ ମାଟିତୋଟା ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଲୋକେ ଦୁଇଦିନ ହେଲା ନାହିଁ ନଥିବା ହଇରାଣ ହେଉଛନ୍ତି । ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ୁଛି। ଜାତୀୟ ରାଜପଥ ନିର୍ମାଣ ପରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ୨ ବର୍ଷ ହେଲା ସ୍ଥିତି ଏଭଳି ହେଉଥିବା […]

puri-2..

Niharika Rout
  • Published: Friday, 09 August 2019
  • , Updated: 09 August 2019, 02:31 PM IST

ପୁରୀ (ମଧୁସୂଦନ  ମିଶ୍ର): ଲଗାଣ ବର୍ଷା ପରେ ପୁରୀ ସହରର ସୁଜାତାନଗର ଓ ମାଟିତୋଟା ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଲୋକେ ଦୁଇଦିନ ହେଲା ନାହିଁ ନଥିବା ହଇରାଣ ହେଉଛନ୍ତି । ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ୁଛି।

ଜାତୀୟ ରାଜପଥ ନିର୍ମାଣ ପରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ୨ ବର୍ଷ ହେଲା ସ୍ଥିତି ଏଭଳି ହେଉଥିବା ଅଭିଯୋଗ ହୋଇଛି । ଗତବର୍ଷ ମାସାଧିକ କାଳ ପାଣି ଜମି ରହିଥିଲାବେଳେ ଲୋକେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ତା ପରେ ପାଣି ନିଷ୍କାସନ ଲାଗି କଲଭର୍ଟ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ବର୍ଷକ ପରେ ବି କଲଭର୍ଟ ତିଆରି ନ ସରିବାରୁ ଏଥର ପରିସ୍ଥିତି ଆହୁରି ସଙ୍ଗୀନ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।

Related story