ଲଗାଣ ବର୍ଷାରେ ବେହାଲ ଚୌଦ୍ଵାର

ଚୌଦ୍ଵାର(ପ୍ରକାଶ କୁମାର ନାୟକ): ଲଗାଣ ବର୍ଷାରେ ବେହାଲ ହୋଇଛି ଚୌଦ୍ଵାର। ଗନ୍ଧ ନଦୀରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେଉଛି। ନୁନିଟିକିରିଠାରୁ ବାରପଦାକୁ ଯାଇଥିବା ମୁଖ୍ୟ ରାସ୍ତାରେ ୪ ପୁଟ୍‌ରୁ ଅଧିକ ବର୍ଷା ପାଣି ପ୍ରବାହିତ ହୋଇଛି। ଯାହାଫଳରେ ଗମନା ଗମନ ପୂରା ଠପ୍‌ ହୋଇଯାଇଛି। ନୁନିଟିକିରି-ବାରପଦା ରାସ୍ତା ଉପରେ ହରିଅନ୍ତା, ନଖରା, ଶାଳଙ୍ଗା, ଆଗ୍ରହାଟଠାରୁ ଆରମ୍ଭ କରି ୬ଟି ପଞ୍ଚାୟତ ଲୋକ ନିର୍ଭର କରିଥାଆନ୍ତି। ରାସ୍ତାରେ ୪ ଫୁଟ୍‌ ଉର୍ଚ୍ଚରେ ପାଣି ପ୍ରବାହିତ ହୋଇଥିବାରୁ ଲୋକେ […]

Choudar

Manoranjan Sial
  • Published: Tuesday, 14 September 2021
  • , Updated: 14 September 2021, 06:52 PM IST

ଚୌଦ୍ଵାର(ପ୍ରକାଶ କୁମାର ନାୟକ): ଲଗାଣ ବର୍ଷାରେ ବେହାଲ ହୋଇଛି ଚୌଦ୍ଵାର। ଗନ୍ଧ ନଦୀରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେଉଛି। ନୁନିଟିକିରିଠାରୁ ବାରପଦାକୁ ଯାଇଥିବା ମୁଖ୍ୟ ରାସ୍ତାରେ ୪ ପୁଟ୍‌ରୁ ଅଧିକ ବର୍ଷା ପାଣି ପ୍ରବାହିତ ହୋଇଛି। ଯାହାଫଳରେ ଗମନା ଗମନ ପୂରା ଠପ୍‌ ହୋଇଯାଇଛି।

ନୁନିଟିକିରି-ବାରପଦା ରାସ୍ତା ଉପରେ ହରିଅନ୍ତା, ନଖରା, ଶାଳଙ୍ଗା, ଆଗ୍ରହାଟଠାରୁ ଆରମ୍ଭ କରି ୬ଟି ପଞ୍ଚାୟତ ଲୋକ ନିର୍ଭର କରିଥାଆନ୍ତି। ରାସ୍ତାରେ ୪ ଫୁଟ୍‌ ଉର୍ଚ୍ଚରେ ପାଣି ପ୍ରବାହିତ ହୋଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ସେପଟେ ବର୍ଷା ପାଣି ସିଷ୍କାସିତ ହୋଇନପାରି ଘରେ ପଶିଛି। ଫଳରେ ହରିଅନ୍ତା ପଞ୍ଚାୟତର ଦେଉଲଚୁଆ ଗାଁର ଲୋକମାନେ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୋମବାରଠାରୁ କିଛି ଖାଇ ଦିଆଯାଇନାହିଁ।

ସେନଟେ ନଖରା ପଞ୍ଚାୟତର ବଡ଼ ଚଞ୍ଚୁଅ ଗାଁରେ ବର୍ଷା ପାଣି ଲହଡ଼ି ମାରୁଛି। ଗ୍ରାମର ଲୋକମାନେ ଜଳ ବନ୍ଦୀ ହୋଇ ରହିଛନ୍ତି। ଘର ଭିତରେ ପାଣି, ରାସ୍ତା ଉପରେ ପାଣି ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ଚାଷ ଜମିରେ ୭ ଫୁଟର ପାଣି ପଡ଼ିଥିବା ବେଳେ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

Related story