ରାଜ୍ ଗଡସନ୍‌ ଚିଟଫଣ୍ଡ ଠକେଇର ଅଭିଯୁକ୍ତଙ୍କ ଗିରଫ ଦାବିରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜିଙ୍କୁ ଭେଟିଲେ ଜମାକାରୀ

କଟକ: ରାଜ୍ ଗଡସନ୍‌ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ରଖିଠକେଇର ଶିକାର ହୋଇଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ୩୦ ଜଣ ଜମାକାରୀ ଆଜି କ୍ରାଇମବ୍ରାଞ୍ଚ ସ୍ପେଶାଲ  ଡିଜି  ବି.କେ ଶର୍ମାଙ୍କୁ ଭେଟିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ, ଅଫିସ ସିଲ୍‌ ଓ ଜମା ଟଙ୍କା ଫେରସ୍ତ ଦାବିରେ ଜମାକାରୀମାନେ ସ୍ପେଶାଲ  ଡିଜିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ରାଜ୍ ଗଡସନ୍‌ ଚିଟଫଣ୍ଡ ସଂସ୍ଥା ବାଲିଆପାଳ ଅଞ୍ଚଳରେ ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ପରେ ଜମାକାରୀମାନେ କମ୍ପାନୀର ନିର୍ଦ୍ଦେଶକ […]

chitfund

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 01:39 PM IST

କଟକ: ରାଜ୍ ଗଡସନ୍‌ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ରଖିଠକେଇର ଶିକାର ହୋଇଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ୩୦ ଜଣ ଜମାକାରୀ ଆଜି କ୍ରାଇମବ୍ରାଞ୍ଚ ସ୍ପେଶାଲ  ଡିଜି  ବି.କେ ଶର୍ମାଙ୍କୁ ଭେଟିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ, ଅଫିସ ସିଲ୍‌ ଓ ଜମା ଟଙ୍କା ଫେରସ୍ତ ଦାବିରେ ଜମାକାରୀମାନେ ସ୍ପେଶାଲ  ଡିଜିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ରାଜ୍ ଗଡସନ୍‌ ଚିଟଫଣ୍ଡ ସଂସ୍ଥା ବାଲିଆପାଳ ଅଞ୍ଚଳରେ ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ପରେ ଜମାକାରୀମାନେ କମ୍ପାନୀର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ଧରି ପୋଲିସ୍ ଜିମାରେ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜମାକାରୀମାନେ ଅଭିଯୋଗ କରିଛନ୍ତି।

Related story