ମିଛିମିଛିକା ବାହାଘର, ସତସତିକା ପ୍ରସେସନ୍…

Ordigital Desk
  • Published: Thursday, 15 June 2017
  • , Updated: 15 June 2017, 06:52 PM IST
<p>[vc_video link=&quot;&quot; align=&quot;center&quot;]</p> <p>ଦେବଗଡ଼: ସତ ବାହାଘର ମିଛ କନିଆ। ରଜପର୍ବ ଅବସରରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଏହି ନିଆରା ବାହାଘର। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗାଁକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ଏବଂ ଯୌତୁକ ବିରୋଧରେ ସଚେତନତାର ବାର୍ତ୍ତା ଦେବା। ଏମିତି ନିଆରା ବାହାଘର ଦେବଗଡ଼ ଜିଲ୍ଲା ବଳମ ଗାଁରେ ଆୟୋଜିତ ହୋଇଆସୁଛି।</p> <p>ବାହାଘରର ଆୟୋଜନ ଓ ଆଡ଼ମ୍ବର ବି ଖୁବ୍ ନିଆରା। ଜଣେ ଛୋଟ ଝିଅକୁ କନିଆଁ ଓ ଛୋଟ ପୁଅକୁ ବର ବେଶରେ ସଜା ଯାଇଥିଲା। ସାଜସଜା ପରେ ଆରମ୍ଭ ହୁଏ ବାହାଘର ପାଇଁ ପ୍ରକ୍ରିୟା। ବ୍ୟାଣ୍ଡ ବାଜାର ତାଳେତାଳେ ଘଣ୍ଟା ଘଣ୍ଟା ଧରି ଚାଲିଥିଲା ପ୍ରସେସନ୍। ପ୍ରସେସନ୍&zwnj; ପହଞ୍ଚିବା ପରେ ବେଦିରେ ବର ଓ କନିଆ ବସିଥିଲେ। ପୁରୋହିତ ମନ୍ତ୍ର ମଧ୍ୟ ପଢ଼ିଥିଲେ। ମିଛିମିଛିଆ ବାହାଘର ପରେ ବରଯାତ୍ରୀ ଭୋଜି ଭାତର ମଜା ନେଇଥିଲେ। ବୁଧବାର ପହିଲି ରଜରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଦେବଗଡ଼ ଜିଲ୍ଲାର ବଳମ ଗାଁରେ।</p> <p>ବଳମ ଗାଁର ବାସିନ୍ଦା ଲଳିତ ମୋହନ ସାହୁ କହିଛନ୍ତି- &ldquo;ଏହି ପର୍ବ କେଉଁ କାଳରୁ ଆମ ଗାଁରେ ପାଳିତ ହୋଇଥାଏ। ୪ ଦିନ ଧରି ଏହି ପର୍ବ ପାଳିତ ହୋଇଥାଏ। ଭବିଷ୍ୟତରେ ଏହାକୁ ବ୍ୟାପକ କରିବା ପାଇଁ ଚେଷ୍ଟା କରାଯିବ।&rdquo;</p>

Related story