ରାଜଧାନୀକୁ ଜଗିବ ଆଉ ୧୦୦ଟି ସିସିଟିଭି କ୍ୟାମେରା

ଭୁବନେଶ୍ୱର: ରାଜଧାନୀର ଶହେରୁ ଅଧିକ ସ୍ଥାନରେ ଲାଗିବ ସିସିଟିଭି। କେବଳ ସହରାଞ୍ଚଳ ନୁହେଁ ରାଜଧାନୀର ଆଖପାଖ ଗ୍ରାମାଞ୍ଚଳ ଓ ଯେଉଁଠି ଅଧିକ ଭିଡ଼ ଜମିବାର ସମ୍ଭାବନା ରହିଛି ସେଠାରେ ସିସିଟିଭି ଲାଗିବ। ବର୍ଷକ ମଧ୍ୟରେ ଏହି ସିସିଟିଭି ପ୍ରକଳ୍ପ ଶେଷ ହେବ। ଏହି କ୍ୟାମେରାରେ ରହିଛି ଅତ୍ୟାଧୁନିକ ପିଟିଜେଡ୍ ବା ପ୍ୟାନ୍, ଟିଲ୍ଡ ଓ ଜୁମ୍ ପରି ସୁବିଧା। ପୂରା ୩୬୦ ଡିଗ୍ରୀ ବୁଲି ଏହି କ୍ୟାମେରା କଏଦ କରିବ ସବୱେର ଚିତ୍ର। ପୂର୍ବରୁ ରାଜଧାନୀର ଶହେଟି […]

cctv in bbsr1

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 03:07 PM IST

ଭୁବନେଶ୍ୱର: ରାଜଧାନୀର ଶହେରୁ ଅଧିକ ସ୍ଥାନରେ ଲାଗିବ ସିସିଟିଭି। କେବଳ ସହରାଞ୍ଚଳ ନୁହେଁ ରାଜଧାନୀର ଆଖପାଖ ଗ୍ରାମାଞ୍ଚଳ ଓ ଯେଉଁଠି ଅଧିକ ଭିଡ଼ ଜମିବାର ସମ୍ଭାବନା ରହିଛି ସେଠାରେ ସିସିଟିଭି ଲାଗିବ। ବର୍ଷକ ମଧ୍ୟରେ ଏହି ସିସିଟିଭି ପ୍ରକଳ୍ପ ଶେଷ ହେବ। ଏହି କ୍ୟାମେରାରେ ରହିଛି ଅତ୍ୟାଧୁନିକ ପିଟିଜେଡ୍ ବା ପ୍ୟାନ୍, ଟିଲ୍ଡ ଓ ଜୁମ୍ ପରି ସୁବିଧା। ପୂରା ୩୬୦ ଡିଗ୍ରୀ ବୁଲି ଏହି କ୍ୟାମେରା କଏଦ କରିବ ସବୱେର ଚିତ୍ର। ପୂର୍ବରୁ ରାଜଧାନୀର ଶହେଟି ଛକରେ ସିସିଟିଭି କ୍ୟାମେରା ଲଗାଇବାର ଯୋଜନା ଥିବାବେଳେ ଏବେ ଶହେରୁ ଅଧିକ କ୍ୟାମେରା ଲଗାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କମିଶନରେଟ୍ ପୋଲିସ ଓ ପୋଲିସ ହାଉସିଂ କର୍ପୋରେସନର ମିଳିତ ଟିମ୍ କେଉଁ ଛକରେ କିଭଳି କ୍ୟାମେରା ଲାଗିବ ତାହା ଅନୁଧ୍ୟାନ କରିବ ବୋଲି କହିଛନ୍ତି ପୋଲିସ କମିଶନର ଆରପି ଶର୍ମା।

ପୂର୍ବରୁ ତିନୋଟି ପର୍ଯ୍ୟାୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯୋଜନା କରାଯାଇଥିଲା। ଏବେ କିନ୍ତୁ ଦୁଇଟି ପର୍ଯ୍ୟାୟରେ ଏହା ଶେଷ ହେବ ବୋଲି ପୋଲିସ ହାଉସିଂ କର୍ପୋରେସନ ଅଧ୍ୟକ୍ଷ ମନୋଜ ଛାବ୍ରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜଧାନୀର ୨୮ଟି ସ୍ଥାନରେ ଶତାଧିକ ସିସିଟିଭି କ୍ୟାମେରା ଲାଗିଛି। ସେଥିମଧ୍ୟରୁ ରାଜମହଲ ଛକ, କଳିଙ୍ଗ ହସ୍ପିଟାଲ ଛକ ପ୍ରଭୃତି ସ୍ଥାନରେ ପିଟିଜେଡ୍ କ୍ୟାମେରା ଲାଗିଛି।

Related story