ରାଜଧାନୀ ରାସ୍ତାରେ ଗଡ଼ି ଗଡ଼ି ପ୍ରତିବାଦ କଲେ ପଞ୍ଚାୟତ କର୍ମଚାରୀ

ଭୁବନେଶ୍ୱର: ଦୁଇ ଦଫା ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମପଞ୍ଚାୟତ କର୍ମଚାରୀ। ସୋମବାର ରାଜରାସ୍ତାରେ ଗ୍ରାମପଞ୍ଚାୟତ କର୍ମଚାରୀମାନେ ଗଡ଼ି ଗଡ଼ି କରି ପ୍ରତିବାଦ କରିଛନ୍ତି। ପଞ୍ଚାୟତରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ୩ୟ ଅର୍ଥ କମିଶନରୁ ପ୍ରଦତ୍ତ ଅର୍ଥରାଶିକୁ ତୁରନ୍ତ ପ୍ରଦାନ କରିବା ଆଦି ଦାବି ଉଠାଇ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା। ପୂର୍ବରୁ ଏହି ଦାବି ନେଇ ଅନେକ ଥର ରାଜ୍ୟ […]

gp karmachari

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 01:03 PM IST

ଭୁବନେଶ୍ୱର: ଦୁଇ ଦଫା ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମପଞ୍ଚାୟତ କର୍ମଚାରୀ। ସୋମବାର ରାଜରାସ୍ତାରେ ଗ୍ରାମପଞ୍ଚାୟତ କର୍ମଚାରୀମାନେ ଗଡ଼ି ଗଡ଼ି କରି ପ୍ରତିବାଦ କରିଛନ୍ତି। ପଞ୍ଚାୟତରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ୩ୟ ଅର୍ଥ କମିଶନରୁ ପ୍ରଦତ୍ତ ଅର୍ଥରାଶିକୁ ତୁରନ୍ତ ପ୍ରଦାନ କରିବା ଆଦି ଦାବି ଉଠାଇ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା।

ପୂର୍ବରୁ ଏହି ଦାବି ନେଇ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା। ଏହାସତ୍ତ୍ୱେ ବି ରାଜ୍ୟ ସରକାର ନୀରବ ରହୁଥିବା ସଂଘ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଯିବା ବେଳେ ପୋଲିସ- ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଯଦି ଦାବି ପୂରଣ କ୍ଷେତ୍ରରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଓଡିଶା କର୍ମଚାରୀ ସେବା ସଂଘର ରାଜ୍ୟ ସଭାପତି କନିଷ୍କ ବୋଧିସତ୍ୱ ଚେତାବନୀ ଦେଇଛନ୍ତି।

Related story