ରାଜନଗରରେ ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗା ଆରମ୍ଭ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅଞ୍ଚଳରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗା ପ୍ରକିୟା ଆଜି ଠାରୁ ଆରମ୍ଭ ହୋଇଛି। ଭିତରଗଡ଼ ସର୍କଲର  ଦିବାକରପୁର ମୌଜାରେ ଥିବା ୩୨ ଏକର ବେଆଇନ ଚିଙ୍ଗୁଡ଼ି ଘେରିକୁ ରାଜନଗର ପ୍ରଶାସନ ଜେସିବି ମେସିନ୍ ସାହାଯ୍ୟରେ ଭାଙ୍ଗିଛି। ରାଜନଗର ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି,“ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ବେଆଇ ଚିଙ୍ଗୁଡ଼ି ଘେରି କରାଯାଇଛି। କିଛି ସ୍ଥିତିବାନ ଜମି ଉପରେ, କିଛି ସରକାରୀ ଜମି ଉପରେ ଓ ଆଉ […]

chingudi-gheri

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 11:29 AM IST

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅଞ୍ଚଳରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗା ପ୍ରକିୟା ଆଜି ଠାରୁ ଆରମ୍ଭ ହୋଇଛି। ଭିତରଗଡ଼ ସର୍କଲର  ଦିବାକରପୁର ମୌଜାରେ ଥିବା ୩୨ ଏକର ବେଆଇନ ଚିଙ୍ଗୁଡ଼ି ଘେରିକୁ ରାଜନଗର ପ୍ରଶାସନ ଜେସିବି ମେସିନ୍ ସାହାଯ୍ୟରେ ଭାଙ୍ଗିଛି।

ରାଜନଗର ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି,“ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ବେଆଇ ଚିଙ୍ଗୁଡ଼ି ଘେରି କରାଯାଇଛି। କିଛି ସ୍ଥିତିବାନ ଜମି ଉପରେ, କିଛି ସରକାରୀ ଜମି ଉପରେ ଓ ଆଉ କିଛି ଜଙ୍ଗଲ ଜମି ଉପରେ ରହିଛି। ଚଳିତ ବର୍ଷ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଆଜି ଭିତରଗଡ଼ ଆରଆଇ ସର୍କଲରେ ଉଚ୍ଛେଦ କରାଯାଇଛି। ଆସନ୍ତକାଲି ରିଘାଗଡ଼ ଓ ଡାଙ୍ଗମାଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯିବ। ଉଚ୍ଛେଦ ନେଇ ପୂର୍ବରୁ ନୋଟିସ୍ ଦିଆଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।”

ରାଜନଗର ତହସିଲର ଭିତରକନିକାର ଆଖପାଖ ଅଞ୍ଚଳରେ ହଜାର ହଜାର ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା।

Related story