ରଜତ ଚୌଧୁରୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ଲିଙ୍କରେ ଗତ ଜୁଲାଇ ମାସରେ ଗିରଫ ହୋଇଥିବା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ କୋଟି ଟଙ୍କା ଜମା କରିବା ସହିତ ୧ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି। ରଜତଙ୍କର ଅର୍ଥତତ୍ତ୍ୱ […]

rajat

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 05:18 PM IST

କଟକ: ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ଲିଙ୍କରେ ଗତ ଜୁଲାଇ ମାସରେ ଗିରଫ ହୋଇଥିବା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ କୋଟି ଟଙ୍କା ଜମା କରିବା ସହିତ ୧ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।

ରଜତଙ୍କର ଅର୍ଥତତ୍ତ୍ୱ ଗ୍ରୁପର ପରିଚାଳନାରେ କୌଣସି ସଂପୃକ୍ତି ନ ଥିଲା ଏବଂ ତଦନ୍ତ ପ୍ରାୟ ଶେଷ ହୋଇଯାଇଥିବାରୁ ତାଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

Related story