ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଏହି ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ଏହି ଅଗ୍ନିକାଣ୍ଡରେ କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ। ‘ଓଟିଭି’କୁ ବାଲେଶ୍ୱର ଷ୍ଟେସନ୍ ମ୍ୟାନେଜର ଏହି ସୂଚନା ଦେଇଛନ୍ତି।

train

Tapaswini Nayak
  • Published: Saturday, 11 May 2019
  • , Updated: 11 May 2019, 02:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଏହି ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି।

ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି।

ଏହି ଅଗ୍ନିକାଣ୍ଡରେ କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ। ‘ଓଟିଭି’କୁ ବାଲେଶ୍ୱର ଷ୍ଟେସନ୍ ମ୍ୟାନେଜର ଏହି ସୂଚନା ଦେଇଛନ୍ତି।

Related story