ରାଜୀବ ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତାକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର: ରାଜୀବ ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଭୁବନେଶ୍ୱରରେ କାହିଁକି ହିତାଧିକାରୀ ଚୟନ ଚୂଡାନ୍ତ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ। କିଛି ସ୍ଥାନରେ ହିତାଧିକାରୀ ଚୟନରେ ଅସୁବିଧା ଯୋଗୁଁ ଏହା ଚୂଡାନ୍ତ ହୋଇପାରିନାହିଁ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ରାଜୀବ ଆବାସ ପାଇଁ ୨୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ […]

assembly

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 08:18 PM IST

ଭୁବନେଶ୍ୱର: ରାଜୀବ ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଭୁବନେଶ୍ୱରରେ କାହିଁକି ହିତାଧିକାରୀ ଚୟନ ଚୂଡାନ୍ତ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ।

କିଛି ସ୍ଥାନରେ ହିତାଧିକାରୀ ଚୟନରେ ଅସୁବିଧା ଯୋଗୁଁ ଏହା ଚୂଡାନ୍ତ ହୋଇପାରିନାହିଁ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ।

ରାଜୀବ ଆବାସ ପାଇଁ ୨୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୪ଟି ସହରରେ ୧୬ଟି ପ୍ରକଳ୍ପ ଅନ୍ତର୍ଗତ ୩୬୧୬ଟି ବାସଗୃହ ନିର୍ମାଣ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ସୁଦ୍ଧା ୭୪ଟି କୋଟି ଟଙ୍କା ବ୍ୟୟରେ ୫୨୪ଟି ନିର୍ମାଣ ଶେଷ ହୋଇଥିବା ବେଳେ ୪୭୫ ଜଣକୁ ଘର ହସ୍ତାନ୍ତର କରାଯାଇଛି ବୋଲି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି।

Related story