ରଜ ମଉଜରେ ମସଗୁଲ ଦେବଗଡ, ସମ୍ବଲପୁରବାସୀ

ଦେବଗଡ/ସମ୍ବଲପୁର: କୃଷିଭିତ୍ତିକ ରଜ ପର୍ବ ଦେବଗଡ ଓ ସମ୍ବଲପୁର ଜିଲାରେ ବେଶ ଧୂମଧାମେ ପାଳନ କରାଯାଉଛି । ଦେବଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ୫ବର୍ଷ ହଲା ଏକ ନିଆରା ଢଙ୍ଗରେ ରଜ ପାଳନ ହେଉଛି । ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ ଆଡମ୍ୱର ସହକାରେ ପାଳନ ହେଉଛି ରଜ ପର୍ବ । ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ । ଦୁଇଜଣ ଝିଅ ବରକନ୍ୟା ବେଶରେ ବେଦିରେ କଣ୍ଢେଇ ଧରି ବସିଥାନ୍ତି । ଏହି ବାହାଘରରେ ଗ୍ରାମର […]

deogarh

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 05:15 AM IST

ଦେବଗଡ/ସମ୍ବଲପୁର: କୃଷିଭିତ୍ତିକ ରଜ ପର୍ବ ଦେବଗଡ ଓ ସମ୍ବଲପୁର ଜିଲାରେ ବେଶ ଧୂମଧାମେ ପାଳନ କରାଯାଉଛି । ଦେବଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ୫ବର୍ଷ ହଲା ଏକ ନିଆରା ଢଙ୍ଗରେ ରଜ ପାଳନ ହେଉଛି । ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ ଆଡମ୍ୱର ସହକାରେ ପାଳନ ହେଉଛି ରଜ ପର୍ବ । ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ । ଦୁଇଜଣ ଝିଅ ବରକନ୍ୟା ବେଶରେ ବେଦିରେ କଣ୍ଢେଇ ଧରି ବସିଥାନ୍ତି । ଏହି ବାହାଘରରେ ଗ୍ରାମର ସମସ୍ତେ ଯୋଗଦେଇଥାନ୍ତି । ଏହାସହ ବାହାଘର ଦେଖି‍ବାକୁ ଆଖପାଖ ଗ୍ରାମରୁ ଶତାଧିକ ଲୋକ ଆସିଥାନ୍ତି ମହୁଲଦର୍ହ ଗ୍ରାମକୁ । ସମସ୍ତଙ୍କ ପାଇଁ ବିବାହ ଭୋଜିର ମଧ୍ୟ ଆୟୋଜନ କରାଯାଇଥାଏ । ନାଚଗୀତ ଆସର ଜିମିବା ସହ ଛୋଟଠାରୁ ବଡ ପର୍ଯ୍ୟନ୍ତ ଦୋଳି ଖେଳର ମଜ୍ଜା ନେଉଛନ୍ତି । ୫ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ନିଆରା ଢଙ୍ଗର ରଜ ପର୍ବ ଏବେ ଗ୍ରାମରେ ଏକ ପରମ୍ପରାରେ ପରିଣତ ହୋଇ ସାରିଥିବା ଗ୍ରାମବାସୀ କହୁଛନ୍ତି ।

ସେହିପରି ସମ୍ୱଲପୁର ପାନ୍ଥ ନିବାସରେ ଜାକ ଜମକରେ ପାଳିତ ହେଉଛି ରଜ ଉତ୍ସବ । ୫ବର୍ଷ ହେଲା ଓଟିଡିସି ପକ୍ଷରୁ ଏପରି ରଜ ଉତ୍ସବ ଆୟୋଜନ କରାଯାଉଛି । ପିଲାମାନେ ରଜ ଦୋଳି ଖେଳିବା ସହ ଓଡିଆ ଖାଦ୍ୟର ମଜ୍ଜା ନେଉଛନ୍ତି । ରଜକୁ ଉପକୂଳ ଓଡିଶାବାସୀ ଅଧିକ ଧୂମଧାମରେ ପାଳନ କରିଥାନ୍ତି । ତେବେ ସ୍ଥାନୀୟ ପାନ୍ଥ ନିବାସ ପରିସରରେ ୩ଦିନ ଧରି ପାଳିତ ହେଉଥିବା ରଜ ଉତ୍ସବରେ ଭାଗ ନେବାକୁ ପଶ୍ଚିମ ଓଡିଶାବାସୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହି ଅବସରେ ନାଚଗୀତର ବ୍ୟବସ୍ଥା କରାଯାଇଛି । ଏହାସହ ଓଡିଆ ଘରର ପାରମ୍ପରିକ ପୋଡ ପିଠା, ମଣ୍ଡା ପିଠା, ଆରିଷା, ଚକୁଳି ପିଠା ଓ ବିଭିନ୍ନ ପ୍ରକାର ମିଠା ଖାଇବାକୁ ସମସ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଲୋକେ ନିଜେ ଖାଇବା ସହ ଘରକୁ ପ୍ୟାକିଂ କରି ନେଉଥିବା ଦେଖିବାକୁ ମିଳୁଛି ।

Related story