ରାଜ୍ୟ କଂଗ୍ରେସ ନେତାଙ୍କୁ ଏକାଠି କାମ କରିବାକୁ ସୋନିଆଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତାଙ୍କୁ ଏକାଠି କାମ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପରାମର୍ଶ ଦେଇଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜି ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟିବା ସମୟରେ ସେ ଏହି ପରାମର୍ଶ ଦେଇଛନ୍ତି। ସୋନିଆଙ୍କୁ ଭେଟି ଜୟଦେବ ଦଳର ସାଂଗଠନିକ ସ୍ଥିତି ଓ ରାଜ୍ୟ ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇଛନ୍ତି। କିଛିଦିନ ଧରି କଂଗ୍ରେସରେ ନେତାଙ୍କ ଭିନ୍ନ ମତ ଓ କନ୍ଦଳକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୋନିଆଙ୍କ ଏହି ପରାମର୍ଶ ରାଜ୍ୟ […]

Sonia-Gandhi

Rakesh Mallick
  • Published: Saturday, 27 February 2016
  • , Updated: 27 February 2016, 05:06 PM IST

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତାଙ୍କୁ ଏକାଠି କାମ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପରାମର୍ଶ ଦେଇଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜି ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟିବା ସମୟରେ ସେ ଏହି ପରାମର୍ଶ ଦେଇଛନ୍ତି।

ସୋନିଆଙ୍କୁ ଭେଟି ଜୟଦେବ ଦଳର ସାଂଗଠନିକ ସ୍ଥିତି ଓ ରାଜ୍ୟ ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇଛନ୍ତି। କିଛିଦିନ ଧରି କଂଗ୍ରେସରେ ନେତାଙ୍କ ଭିନ୍ନ ମତ ଓ କନ୍ଦଳକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୋନିଆଙ୍କ ଏହି ପରାମର୍ଶ ରାଜ୍ୟ କଂଗ୍ରେସ ପାଇଁ ବେଶ ଗୁରୁତ୍ୱ ବହନ କରୁଛି।

Related story