ରାଜ୍ୟରେ ପ୍ରତିଷ୍ଠା ହେବ ଜାତୀୟସ୍ତରର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ସ୍ତରର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ। ବିଶ୍ୱର ପ୍ରତିଷ୍ଠିତ କର୍କଟ ଗବେଷଣା କେନ୍ଦ୍ର ଆମେରିକାର ମାୟୋ କ୍ଲିନିକ ପ୍ରତିନିଧି ଡାକ୍ତର ଦେବବ୍ରତ ମୁଖୋପାଧ୍ୟାୟ ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଷ୍ଠାନରେ କର୍କଟ ରୋଗ ଚିକିତ୍ସା ସହ ଗବେଷଣା ଓ ପ୍ରଶିକ୍ଷଣ ବ୍ୟବସ୍ଥା ରହିବ। ଏହି […]

karkata1

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 04:10 PM IST

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ସ୍ତରର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ। ବିଶ୍ୱର ପ୍ରତିଷ୍ଠିତ କର୍କଟ ଗବେଷଣା କେନ୍ଦ୍ର ଆମେରିକାର ମାୟୋ କ୍ଲିନିକ ପ୍ରତିନିଧି ଡାକ୍ତର ଦେବବ୍ରତ ମୁଖୋପାଧ୍ୟାୟ ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଷ୍ଠାନରେ କର୍କଟ ରୋଗ ଚିକିତ୍ସା ସହ ଗବେଷଣା ଓ ପ୍ରଶିକ୍ଷଣ ବ୍ୟବସ୍ଥା ରହିବ। ଏହି ବିଶ୍ୱସ୍ତରୀୟ ସଂସ୍ଥାର ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ଏମସ ଓ ସିଏସ୍ଆଇଆର୍ ଆବଶ୍ୟକ ସହଯୋଗ ଯୋଗାଇ ଦେବେ।

Related story