ରାଜ୍ୟରେ ଥିବା ମହାପ୍ରଭୁଙ୍କ ଜମି ବିକ୍ରି କରାଯାଇ ମନ୍ଦିର ଜମାରାଶି ବୃଦ୍ଧି କରାଯିବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି କରି ମନ୍ଦିରର ଜମା ରାଶି ବୃଦ୍ଧି କରାଯିବ। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରାୟ ୫୭ ହଜାର ଏକର ଜମି ରହିଛି ଜଗନ୍ନାଥଙ୍କର। ତେବେ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା, ଜଟଣୀ ଓ ଭୁବନେଶ୍ୱରରେ ଥିବା ୧୮ ଶହରୁ ୧୯ ଶହ ଏକର ଜମି ଚିହ୍ନଟ କରାଯାଇ ବିକ୍ରି ପ୍ରକ୍ରିୟା ଆରମ୍ଭ […]

Sri_Jagannath_Temple_Puri,_Orissa

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 04:58 PM IST

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି କରି ମନ୍ଦିରର ଜମା ରାଶି ବୃଦ୍ଧି କରାଯିବ। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରାୟ ୫୭ ହଜାର ଏକର ଜମି ରହିଛି ଜଗନ୍ନାଥଙ୍କର। ତେବେ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା, ଜଟଣୀ ଓ ଭୁବନେଶ୍ୱରରେ ଥିବା ୧୮ ଶହରୁ ୧୯ ଶହ ଏକର ଜମି ଚିହ୍ନଟ କରାଯାଇ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ। ୧୩୧ ଏକର ଜମି ବିଡିଏକୁ ଦିଆଯାଇଛି। ବିଡିଏ ସେଠାରେ ପ୍ଲଟିଂ କରି ବିକ୍ରି କରିବ। ଆସନ୍ତା ୨ ବର୍ଷରେ ଏଥିରୁ ହଜାରେ କୋଟି ଟଙ୍କ। ଆସିପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Related story