୨୦ ରେ ଆସିବେ ରାଜ୍ୟସଭା କମିଟି: ମହାନଦୀରେ ଜଳ ପ୍ରକଳ୍ପ ଓ ନୂଆ ବିମାନ ବନ୍ଦର ନିର୍ମାଣର କରିବେ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳବିବାଦ ଯୋଗୁ ରାଜ୍ୟର ୧୬ଟି ବୃହତ୍ ଓ ମଧ୍ୟମ ଜଳ ପ୍ରକଳ୍ପକୁ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଅନୁମୋଦନ ଦେଉନଥିବାବେଳେ ରାଜ୍ୟସଭା ଗଭର୍ଣ୍ଣମେଣ୍ଟ୍ ଆସ୍ୟୁରାନ୍ସ କମିଟି ଏହାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟସଭା ଅଧିବେଶନ ଚାଲିବାବେଳେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀମାନେ ନାନାଦି ପ୍ରସଙ୍ଗ ଉପରେ ଦେଇଥିବା ତାରକା ଓ ଅଣତାରକା ଉତ୍ତର ଉପରେ ସରକାରୀସ୍ତରରେ ନିଆଯାଇଥିବା ପଦକ୍ଷେପକୁ ରାଜ୍ୟସଭା ସରକାରୀ ପ୍ରତିଶ୍ରୁତି କମିଟି କରିବେ। ଏଆଇଡିଏମକେର ରାଜ୍ୟସଭା ସାଂସଦ ଏ. ନବନିଥକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ […]

mahanadi

mahanadi

Ordigital Desk
  • Published: Thursday, 16 September 2021
  • Updated: 16 September 2021, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳବିବାଦ ଯୋଗୁ ରାଜ୍ୟର ୧୬ଟି ବୃହତ୍ ଓ ମଧ୍ୟମ ଜଳ ପ୍ରକଳ୍ପକୁ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଅନୁମୋଦନ ଦେଉନଥିବାବେଳେ ରାଜ୍ୟସଭା ଗଭର୍ଣ୍ଣମେଣ୍ଟ୍ ଆସ୍ୟୁରାନ୍ସ କମିଟି ଏହାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟସଭା ଅଧିବେଶନ ଚାଲିବାବେଳେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀମାନେ ନାନାଦି ପ୍ରସଙ୍ଗ ଉପରେ ଦେଇଥିବା ତାରକା ଓ ଅଣତାରକା ଉତ୍ତର ଉପରେ ସରକାରୀସ୍ତରରେ ନିଆଯାଇଥିବା ପଦକ୍ଷେପକୁ ରାଜ୍ୟସଭା ସରକାରୀ ପ୍ରତିଶ୍ରୁତି କମିଟି କରିବେ। ଏଆଇଡିଏମକେର ରାଜ୍ୟସଭା ସାଂସଦ ଏ. ନବନିଥକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ୯ଜଣିଆ ସାଂସଦଙ୍କ ଟିମ୍ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ସମୀକ୍ଷା କରାଯାଇ ସମାଧାନର ମାର୍ଗ ବାହାର କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ସରକାରୀ ପ୍ରତିଶ୍ରୁତି କମିଟିରେ ୯ଜଣ ସାଂସଦ ଆସନ୍ତା ୧୯ତାରିଖରେ ଭୁବନେଶ୍ୱରରେ ୨ଦିନ ଧରି ରହଣୀ କରି ରାଜ୍ୟର ବିଭାଗୀୟ ସଚିବମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସଭାରେ ସରକାରଙ୍କ ଦେଇଥିବା ଉତ୍ତର ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିବେ । ମହାନଦୀ ଜଳବିବାଦ ଯୋଗୁ କେନ୍ଦ୍ରୀୟ ଜଳ ଆୟୋଗ ମହାନଦୀରେ ୮ଟି ବୃହତ୍ ଓ ମଧ୍ୟମ ଜଳପ୍ରକଳ୍ପ ସମେତ ବ୍ରାହ୍ମଣୀ, ବୈତରଣୀ,ଗୋଦାବରୀ ଓ ବଂଶଧାରାରେ ମୋଟ ୧୬ଟି ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇନାହାନ୍ତି । କେତେକ ପ୍ରକଳ୍ପର ପ୍ରସ୍ତାବକୁ ଫେରାଇ ଦେଇଥିବାବେଳେ ଅନ୍ୟ କେତେକ ପ୍ରକଳ୍ପକୁ ପକାଇ ରଖିଛନ୍ତି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ଥିବାରୁ କୌଣସି ପ୍ରକଳ୍ପ ପାଇଁ ଟ୍ରିବ୍ୟୁନାଲଙ୍କ ଅନୁମତି ଜରୁରୀ। ଏହାପରେ ହିଁ ସିଡବ୍ଲ୍ୟୁସି ଆବଶ୍ୟକ ଅନୁମତି ଦେବେ ବୋଲି ରାଜ୍ୟସଭାରେ ଜଳଶକ୍ତି ମନ୍ତ୍ରୀ ଦେଇଥିବା ଉତ୍ତର ଉପରେ ବି ରାଜ୍ୟସଭା କମିଟି ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବେ।

ସେହିପରି ଭୁବନେଶ୍ୱର ନିକଟରେ ନୂଆ ଗ୍ରୀନଫିଲ୍ଡ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସ୍ଥାନ ଚିହ୍ନଟ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ଇନଷ୍ଟିଚ୍ୟୁଟକୁ କଳିଙ୍ଗନଗରକୁ ସ୍ଥାନାନ୍ତର ସହ ଏହାକୁ ବିଶ୍ୱସ୍ତରୀୟ ଭାବେ ବିକଶିତ କରିବା, ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଓ ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ଭାବେ ବିକଶିତ ସହ ରାଜ୍ୟର ଅନ୍ୟ ରେଳ ପ୍ରକଳ୍ପର ଅଗ୍ରଗତି, ଆଦିବାସୀଙ୍କ ବିସ୍ଥାପନ, କୃଷି କ୍ଷେତ୍ର ପାଇଁ ବିଶ୍ୱବ୍ୟାଙ୍କ ଦେଇଥିବା ଋଣର ଉପଯୋଗ, ଜଙ୍ଗଲ ସୃଷ୍ଟି ପାଇଁ ସରକାର କରିଥିବା ଖର୍ଚ୍ଚ ଆଦି ପ୍ରସଙ୍ଗର ସମୀକ୍ଷା ଏହି ରାଜ୍ୟସଭା ଆସ୍ୟୁରାନ୍ସ କମିଟି କରିବେ ବୋଲି ଜଣାପଡ଼ିଛି।

ସାଂସଦ ଶ୍ରୀ ନବନିଥକ୍ରିଷ୍ଣନଙ୍କ ନେତୃତ୍ୱରେ ୯ଜଣିଆ ସାଂସଦ ଟିମ୍ ୧୯ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ । ୨୦ତାରିଖ ସକାଳ ୧୦ଟାରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ସଚିବମାନେ ଏହି ରାଜ୍ୟସଭା ସରକାର ପ୍ରତିଶ୍ରୁତି କମିଟିଙ୍କ ନିକଟରେ ହାଜର ହୋଇ ରାଜ୍ୟ ସରକାରଙ୍କ ମତ ରଖିବେ । ସୂଚନା ଅନୁସାରେ ୨୦ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ନିକଟରେ ନୂଆ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ, ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଇନଷ୍ଟିଚ୍ୟୁଟକୁ କଳିଙ୍ଗନଗରକୁ ସ୍ଥାନାନ୍ତର ଓ ଏହାକୁ ବିଶ୍ୱସ୍ତରୀୟ କରିବା, କୃଷି କ୍ଷେତ୍ର ପାଇଁ ବିଶ୍ୱବ୍ୟାଙ୍କ ଋଣ ଅର୍ଥର ଉପଯୋଗ ଏବଂ ଜଙ୍ଗଲ ସୃଷ୍ଟି ପ୍ରସଙ୍ଗରେ ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀମାନେ ଦେଇଥିବା ଉତ୍ତର ଓ ଏ ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ରାଜ୍ୟ ଉନ୍ନୟନ କମିଶନର ଓ ବିଭାଗର ସଚିବମାନଙ୍କ ସମେତ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ, ଇସ୍ପାତ, କୃଷି, ଜଙ୍ଗଲ ଓ ପରିବେଶ, ବିମାନ ବନ୍ଦର ପ୍ରାଧିକରଣର ଅଧିକାରୀମାନେ ରାଜ୍ୟସଭା କମିଟିଙ୍କ ନିକଟରେ ଉପସ୍ଥିତ ରହିବେ। ସେହିପରି ଦିନ ୧୧ଟାରେ ଓଡ଼ିଶାର ରେଳ ପ୍ରକଳ୍ପଗୁଡ଼ିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ସହ ସମୀକ୍ଷା ହେବ । ଦିନ ୧୨ଟାରେ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୨୧ ତାରିଖ ସକାଳ ୧୦ଟାରେ କମିଟି କୋଲ୍ ବିୟରିଂ ଏରିଆ ଆକ୍ଟ ଅନୁସାରେ ଜମି ଅଧିଗ୍ରହଣ ପ୍ରସଙ୍ଗରେ ରାଜ୍ୟସଭାରେ ମନ୍ତ୍ରୀ ଦେଇଥିବା ଉତ୍ତରର ସମୀକ୍ଷା କରିବେ । ଏହି ବୈଠକରେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ସଚିବଙ୍କ ସମେତ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟ, ମହାନଦୀ କୋଲଡ୍ ଫିଲଡ୍ କର୍ତ୍ତୃପକ୍ଷ ଓ ସେଣ୍ଟ୍ରାଲ କୋଲଡ୍ ଫିଲଡ୍ ଅଧିକାରୀ ରହିବେ। ସେହିପରି ଦିନ ୧୧ଟାରେ କମିଟି ଆଦିବାସୀମାନେ ବିସ୍ଥାପିତ ହେବା, କେନ୍ଦ୍ରୀୟ ଜଳ ଆୟୋଗରେ ପଡ଼ି ରହିଥିବା ପ୍ରକଳ୍ପ ଏବଂ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ମନ୍ତ୍ରୀ ଦେଇଥିବା ଉତ୍ତର ଉପରେ ରାଜ୍ୟର ବିଭାଗୀୟ ସଚିବ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos