ସପ୍ତାହ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୁତ ହେବ ଗ୍ରୀଷ୍ମ ପ୍ରବାହ। ଗତକାଲି ଟିଟିଲାଗଡ଼ ଓ ହୀରାକୁଦ ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏଦୁଇ ସ୍ଥାନରେ ତାପମାତ୍ରା ଥିଲା ୪୪ ଡିଗ୍ରୀ। ସେହିପରି ୧୨ଟି ସହର ଭୁବନେଶ୍ୱର, ଅନୁଗୁଳ, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ଟିଟଲାଗଡ଼, ମାଲକାନଗିରି ଓ ସୋନପୁରରେ ଗତକାଲି ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। […]

hit

Rakesh Mallick
  • Published: Wednesday, 20 May 2015
  • , Updated: 21 May 2015, 01:25 PM IST

ଭୁବନେଶ୍ୱର: ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୁତ ହେବ ଗ୍ରୀଷ୍ମ ପ୍ରବାହ। ଗତକାଲି ଟିଟିଲାଗଡ଼ ଓ ହୀରାକୁଦ ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏଦୁଇ ସ୍ଥାନରେ ତାପମାତ୍ରା ଥିଲା ୪୪ ଡିଗ୍ରୀ। ସେହିପରି ୧୨ଟି ସହର ଭୁବନେଶ୍ୱର, ଅନୁଗୁଳ, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ଟିଟଲାଗଡ଼, ମାଲକାନଗିରି ଓ ସୋନପୁରରେ ଗତକାଲି ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ରୁ ୪୪ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ-ମଧ୍ୟ ବଙ୍ଗେ।ପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଯୋଗୁଁ, ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଓଡ଼ିଶା ଦେଇ ସମୁଦ୍ର ଭିତରକୁ ଯାଉଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୁତ ହେଉଛି।

Related story