ବିଧାନସଭା ବଜେଟ୍ ଅଭିଭାଷଣ ସହ ଶେଷ ହେଲା ଏସ୍‌.ସି.ଜମିରଙ୍କ କାର୍ଯ୍ୟକାଳ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 10:28 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ନିଜର ଶେଷ ବଜେଟ୍ ଅଭିଭାଷଣ ସହ ଆଜି ସରିଛି ରାଜ୍ୟପାଳ ଡ. ଏସ.ସି. ଜମିରଙ୍କ କାର୍ଯ୍ୟକାଳ। ୨୧ ମାର୍ଚ୍ଚ ୨୦୧୩ରେ&nbsp; ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଜମିର। ଏହି କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଘଟଣାକୁ ସେ ଚର୍ଚ୍ଚାରେ ରହି ଆସିଛନ୍ତି। ପୋଲିସ୍ ବିଲ୍ ଓ ବିପିୟୁଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍&zwnj;କୁ ଫେରାଇ ଦେବା, ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଶେଷ କରିଥିବା ଅଭିଯୋଗରେ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କୁ ଡାକି ଆଲୋଚନା ଆଦିକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ସେହିପରି ରାଜ୍ୟପାଳ ପଦରେ ଥାଇ ନାଗାଲାଣ୍ଡ ନିର୍ବାଚନରେ ନିଜ ପୁଅ ପାଇଁ ପ୍ରଚାର କରିଥିବା ଅଭିଯୋଗକୁ ନେଇ ବିବାଦକୁ ଆସିଥିଲେ ଜମିର୍।</p> <p>ସେପଟେ ଓଡ଼ିଶାର ରାଜ୍ୟପାଳ ଭାବେ ଏବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିହାର ରାଜ୍ୟପାଳ ସତ୍ୟପାଲ ମଲିକ। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।</p>

Related story