ରାଜ୍ୟରେ ବଢୁଛି ପିଆଜ ଦର: ଥିଲା ୨୦ ହେଲା ୨୪

ଭୁବନେଶ୍ୱର: ରାଜ୍ୟରେ ବଢୁଛି ପିଆଜ ଦର। ଚାରିଦିନ ତଳେ ପିଆଜ କିଲୋପ୍ରତି ୨୦ରୁ ୨୨ ଟଙ୍କା ଥିବାବେଳେ ଏବେ ପହଞ୍ଚିଛି ୨୪ରୁ ୨୬ ଟଙ୍କାରେ । ଅର୍ଥାତ୍ ୪ ଦିନରେ କିଲୋପ୍ରତି ଦର ୪ରୁ ୬ ଟଙ୍କା ବଢ଼ିଛି। ବଜାରରେ ପିଆଜ ଅଭାବ ଯୋଗୁଁ ଦର ବଢ଼ିଥିବା ବ୍ୟବସାୟୀ କହିଛନ୍ତି। ଅନ୍ୟପକ୍ଷରେ ହଠାତ୍ ଏଭଳି ଦର ବଢ଼ିଯିବାରୁ ଖାଉଟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟରେ ପିଆଜ ଉତ୍ପାଦନ ହ୍ରାସ ପାଉଥିବାରୁ ବଜାର ଦର ଉପରେ ଏହାର ପ୍ରତିକୂଳ […]

onion_fennel_bisque

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 05:55 PM IST

ଭୁବନେଶ୍ୱର: ରାଜ୍ୟରେ ବଢୁଛି ପିଆଜ ଦର। ଚାରିଦିନ ତଳେ ପିଆଜ କିଲୋପ୍ରତି ୨୦ରୁ ୨୨ ଟଙ୍କା ଥିବାବେଳେ ଏବେ ପହଞ୍ଚିଛି ୨୪ରୁ ୨୬ ଟଙ୍କାରେ । ଅର୍ଥାତ୍ ୪ ଦିନରେ କିଲୋପ୍ରତି ଦର ୪ରୁ ୬ ଟଙ୍କା ବଢ଼ିଛି। ବଜାରରେ ପିଆଜ ଅଭାବ ଯୋଗୁଁ ଦର ବଢ଼ିଥିବା ବ୍ୟବସାୟୀ କହିଛନ୍ତି। ଅନ୍ୟପକ୍ଷରେ ହଠାତ୍ ଏଭଳି ଦର ବଢ଼ିଯିବାରୁ ଖାଉଟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟରେ ପିଆଜ ଉତ୍ପାଦନ ହ୍ରାସ ପାଉଥିବାରୁ ବଜାର ଦର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବା କୁହାଯାଇଛି। ରାଜ୍ୟର ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ପିଆଜ ଉତ୍ପାଦନ ହୁଏ। ଯାହାକି ଘରୋଇ ବଜାରରେ ଦର ନିୟନ୍ତ୍ରଣରେ ବିଶେଷ ସହାୟକ ହୋଇଥାଏ। ତେବେ ଜିଲ୍ଲାରେ ପିଆଜ ଉତ୍ପାହନ ହ୍ରାସ ପାଇଥିବାରୁ ବ୍ୟବସାୟୀମାନେ ମହାରାଷ୍ଟ୍ରର ନାସିକ୍ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ନାସିକ୍ରୁ ପିଆଜ ଆମଦାନିରେ ବାଧା ସୃଷ୍ଟି ହୋଇଥିବାରୁ ଓଡ଼ିଶା ବଜାରରେ ଦର ହଠାତ୍ ବଢିଥିବା କୁହାଯାଉଛି।

Related story