ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ଏମବିବିଏସ୍ ଏବଂ ବିଡିଏସ୍ ସିଟ୍ ପୂରଣ ପାଇଁ ଆରମ୍ଭ ହେଲା ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ଏମବିବିଏସ୍ ଏବଂ ବିଡିଏସ୍ ସିଟ୍ ପୂରଣ ପାଇଁ ଆଜି ସ୍ପଟ୍ ଆଡମିସନ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇ ସେଲରେ ଆଡମିସନ୍ ପ୍ରକ୍ରିୟା ଚାଲିଛି। ଏଆଇପିଏମଟି ରାଙ୍କ ଅନୁସାରେ କାଉନସେଲିଂରେ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ତୃତୀୟ ପର୍ଯ୍ୟାୟ କାଉନସେଲିଂ ପରେ କଟକ ଏସିବି ଏବଂ ବ୍ରହ୍ମପୁର ଏମକେସିଜିରେ ୨ଟି ଲେଖାଏଁ ସିଟ୍ ଖାଲି ରହିଛି। ସେହିପରି ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜରେ ୩୮ଟି ଏମବିବିଏସ୍ ସିଟ୍ ଖାଲି ରହିଛି। ଏପଟେ କଟକ ଏସସିବିରେ […]

mbbs

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 01:31 PM IST

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ଏମବିବିଏସ୍ ଏବଂ ବିଡିଏସ୍ ସିଟ୍ ପୂରଣ ପାଇଁ ଆଜି ସ୍ପଟ୍ ଆଡମିସନ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇ ସେଲରେ ଆଡମିସନ୍ ପ୍ରକ୍ରିୟା ଚାଲିଛି। ଏଆଇପିଏମଟି ରାଙ୍କ ଅନୁସାରେ କାଉନସେଲିଂରେ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ତୃତୀୟ ପର୍ଯ୍ୟାୟ କାଉନସେଲିଂ ପରେ କଟକ ଏସିବି ଏବଂ ବ୍ରହ୍ମପୁର ଏମକେସିଜିରେ ୨ଟି ଲେଖାଏଁ ସିଟ୍ ଖାଲି ରହିଛି। ସେହିପରି ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜରେ ୩୮ଟି ଏମବିବିଏସ୍ ସିଟ୍ ଖାଲି ରହିଛି। ଏପଟେ କଟକ ଏସସିବିରେ ୧୬ଟି ବିଡିଏସ୍ ସିଟ୍ ଖାଲିଥିବାବେଳେ ଭୁବନେଶ୍ୱର ହାଇଟେକରେ ମଧ୍ୟ ୭୩ଟି ସିଟ୍ ଖାଲି ରହିଛି। ସ୍ପଟ କାଉନ୍ସେଲିଂରେ ସିଟ୍ ପୂରଣ ହେବା ପରେ ବି ଯଦି ସିଟ୍ ଖାଲି ରହେ ତେବେ ସ୍ପେଶାଲ୍ ଓଜେଇଇ ରାଙ୍କ ଅନୁସାରେ ବିଡିଏସ୍ ସିଟ୍ ପୂରଣ କରାଯିବ।

Related story