ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ମହାନ ନିଦର୍ଶନ ହେଉଛି ରକ୍ଷା ବନ୍ଧନ। ଭାଇଠୁ ସୁରକ୍ଷାର ପ୍ରତିଶ୍ରୁତି ନେଇ ସ୍ନେହ ଆଉ ଶ୍ରଦ୍ଧାରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ। କେବଳ ଭାଇ-ଭଉଣୀ ନୁହେଁ, ସଂପର୍କର ଏହି ଡୋର ପ୍ରଧାନମନ୍ତ୍ରୀଙ୍କଠୁ ନେଇ ସୀମାରେ ମୁତୟନ ଯବାନଙ୍କୁ ମଧ୍ୟ ବାନ୍ଧିଦେଇଛି ସ୍ନେହ-ସଦିଚ୍ଛାର ବନ୍ଧନରେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ପିଲା। ପଞ୍ଜାବର ଅଟାରୀ-ଓ୍ୱାଘା ବର୍ଡରରେ ବିଏସ୍‌ଏଫ୍‌ ଯବାନଙ୍କ […]

rakhi.jpg1

Manoranjan Sial
  • Published: Thursday, 15 August 2019
  • , Updated: 15 August 2019, 08:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ମହାନ ନିଦର୍ଶନ ହେଉଛି ରକ୍ଷା ବନ୍ଧନ। ଭାଇଠୁ ସୁରକ୍ଷାର ପ୍ରତିଶ୍ରୁତି ନେଇ ସ୍ନେହ ଆଉ ଶ୍ରଦ୍ଧାରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ। କେବଳ ଭାଇ-ଭଉଣୀ ନୁହେଁ, ସଂପର୍କର ଏହି ଡୋର ପ୍ରଧାନମନ୍ତ୍ରୀଙ୍କଠୁ ନେଇ ସୀମାରେ ମୁତୟନ ଯବାନଙ୍କୁ ମଧ୍ୟ ବାନ୍ଧିଦେଇଛି ସ୍ନେହ-ସଦିଚ୍ଛାର ବନ୍ଧନରେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ପିଲା। ପଞ୍ଜାବର ଅଟାରୀ-ଓ୍ୱାଘା ବର୍ଡରରେ ବିଏସ୍‌ଏଫ୍‌ ଯବାନଙ୍କ ହାତରେ ସୁରକ୍ଷାର କବଚ ବାନ୍ଧିଛନ୍ତି ବହୁ ଛାତ୍ରଛାତ୍ରୀ ଓ ମହିଳା।

ସେହିପରି ଓଡ଼ିଶା ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସ୍କୁଲ ଛାତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ମଧ୍ୟ ସ୍କୁଲ ଛାତ୍ରୀ ଓ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣୀମାନେ ରାକ୍ଷୀ ବାନ୍ଧିଛନ୍ତି।

ଏହି ଅବସରରେ ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି-“ବନ୍ଧନ ଏକ ପବିତ୍ର ବନ୍ଧନ। ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଭଉଣୀମାନଙ୍କଠାରୁ ରାଖୀ ବାନ୍ଧି ମୁଁ ଅତ୍ୟନ୍ତ ଆନନ୍ଦିତ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।”

ଆଜି ଶ୍ରୀମନ୍ଦିରରେ ଦୁଇ ଭାଇ ଜଗା ଓ ବଳିଆଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା। ସକାଳ ଧୂପ ଓ ଭୋଗମଣ୍ଡପ ପରେ ବାସୁଙ୍ଗାପାଟରେ ନିର୍ମିତ ଜଗତର ସବୁଠାରୁ ବଡ଼ ଓ ଆକର୍ଷଣୀୟ ରାକ୍ଷୀ ବାନ୍ଧିଥିଲେ ଦୁଇ ଭାଇ। ଏଥିସହ ଆଜି ଗହ୍ମା ପୂର୍ଣ୍ଣମୀ ଓ ବଳଭଦ୍ରଙ୍କ ଜନ୍ମତିଥି ଥିବାରୁ ମାର୍କଣ୍ଡେୟ ପୁଷ୍କରଣୀର ଗହ୍ମାବେଦୀରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ସମ୍ପନ୍ନ ହୋଇଛି।

Related story