ମନ ଜିଣୁଛି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରାକ୍ଷୀ

କଟକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ସମ୍ପର୍କର ପର୍ବକୁ ଅଧିକ ଆକର୍ଷିତ ଓ ମଜବୁତ କରିବା ପାଇଁ ପ୍ରସ୍ତୁତ ହେଉଛି ଭଳିକି ଭଳି ରାକ୍ଷୀ। ତେବେ କଟକ ଗଙ୍ଗା ମନ୍ଦିରର ଜଣେ ଯୁବ କାରୀଗର ଓ ତାଙ୍କ ଟିମ ଏଥର ନିଆରା ରାକ୍ଷୀ ତିଆରି କରିଛନ୍ତି। ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଉପରେ ସେ ସୁନ୍ଦର ସୁନ୍ଦର ରାକ୍ଷୀ ସବୁ ତିଆରି କରୁଛନ୍ତି। ଏଗୁଡ଼ିକ […]

Rakhi

  • Published: Wednesday, 10 August 2022
  • , Updated: 10 August 2022, 06:11 PM IST

କଟକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ସମ୍ପର୍କର ପର୍ବକୁ ଅଧିକ ଆକର୍ଷିତ ଓ ମଜବୁତ କରିବା ପାଇଁ ପ୍ରସ୍ତୁତ ହେଉଛି ଭଳିକି ଭଳି ରାକ୍ଷୀ। ତେବେ କଟକ ଗଙ୍ଗା ମନ୍ଦିରର ଜଣେ ଯୁବ କାରୀଗର ଓ ତାଙ୍କ ଟିମ ଏଥର ନିଆରା ରାକ୍ଷୀ ତିଆରି କରିଛନ୍ତି। ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଉପରେ ସେ ସୁନ୍ଦର ସୁନ୍ଦର ରାକ୍ଷୀ ସବୁ ତିଆରି କରୁଛନ୍ତି। ଏଗୁଡ଼ିକ ବେଶ ଆକର୍ଷଣୀୟ ହେବା ସହ ଲୋକଙ୍କ ମନ ମଧ୍ୟ ଜିଣିବାକୁ ସକ୍ଷମ ହେଉଛି। କେବଳ ରାଷ୍ଟ୍ରପତି ନୁହନ୍ତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ମଧ୍ୟ ତିଆରି କରିଛନ୍ତି ଯୁବ କାରିଗର ମିଟୁ ସାହୁ।

ଆସନ୍ତକାଲି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଜୋରସୋରରେ ପ୍ରସ୍ତୁତ ଚାଲିଛି ଏହି ନିଆର ରାକ୍ଷୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋଟୋ ଥିବା ରାକ୍ଷୀ ଏଥର ବଜାରକୁ ଆସିଛି। ଭାଇଭଉଣୀର ପବିତ୍ର ସମ୍ପର୍କ ରାକ୍ଷୀ ପୂର୍ଣ୍ଣିମା ପାଇଁ ହାତରେ କମ ସମୟ ଥିବାରୁ ରାକ୍ଷୀ ପ୍ରସ୍ତୁତରେ ଲାଗି ପଡ଼ିଛନ୍ତି କଟକ ଗଙ୍ଗା ମନ୍ଦିର ଅଞ୍ଚଳର ମିଟୁ।

ସେ ପ୍ରତିବର୍ଷ ପାରମ୍ପରିକ ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ଚଳିତ ଥର ଓଡ଼ିଶା ମାଟିର ଗର୍ବ ଓ ଗୌରବ ଝିଅ ରାଷ୍ଟ୍ରପତି ହୋଇଥିବାରୁ, ସେ ତାଙ୍କ ଛବିକୁ ନେଇ ରାକ୍ଷୀ ତିଆରି କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିଥିବାରୁ ତାଙ୍କ ଉପରେ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା ରାକ୍ଷୀକୁ ଲୋକମାନେ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି।

କରୋନା ପାଇଁ ଲାଗୁ ହୋଇଥିବା ଦୁଇ ବର୍ଷର କଟକଣା ଏବେ ହଟି ଯାଇଛି। ତେଣୁ ଚଳିତ ବର୍ଷ ରାକ୍ଷୀ ପାଇଁ ଅଧିକ ଅର୍ଡର ଆସୁଛି। ଫ୍ୟାନସି ରାକ୍ଷୀ ଭଳି ଏହି ରାକ୍ଷୀକୁ ମଧ୍ୟ ବିଭିନ୍ନ ତାରକଶୀ, ରଙ୍ଗ ବେରଙ୍ଗର କାଗଜ, ଚୁମ୍‌କି ଓ ସୁତା ଦ୍ୱାରା ତିଆରି କରାଯାଉଛି। ରାକ୍ଷୀ ତିଆରି ହେବା ପରେ ଏହାକୁ ପ୍ୟାକିଂ କରି ବିକ୍ରି ପାଇଁ ବଜାର ଛଡ଼ା ଯାଉଛି। ବଜାରରେ ଗୋଟିଏ ରାକ୍ଷୀର ମୂଲ୍ୟ ୨୦ରୁ ୩୦ ଟଙ୍କା ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାକ୍ଷୀ ପ୍ରସ୍ତୁତ କରି ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି ମିଟୁ ଓ ତାଙ୍କ ଟିମ।

ମିଟୁ କହିଛନ୍ତି, “ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅଳ୍ପ ରାକ୍ଷୀ ତିଆରି କରି ବଜାରକୁ ଛଡ଼ା ଯାଇଥିଲା। ଲୋକମାନେ ଏହାକୁ ପସନ୍ଦ କରିଥିଲେ। ଏହାପରେ ଅଧିକ ସଂଖ୍ୟାରେ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ପ୍ରତି ଲୋକମାନେ ଆଗ୍ରହ ଦେଖାଉନ୍ତି। ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବେପାର ହୋଇଛି। ସାରା ଭାରତରେ ରାଷ୍ଟ୍ରପତିଙ୍କ ରାକ୍ଷୀକୁ ଅଧିକରୁ ଅଧିକ ପରିମାଣରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।”

Related story