ଶ୍ରୀରାମ ନବମୀ ଉତ୍ସବ ଲାଗି ଦୁଲୁକୁଛି ଭଦ୍ରକ

Ordigital Desk
  • Published: Friday, 23 March 2018
  • , Updated: 23 March 2018, 09:39 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଦୁଲୁକୁଛି ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟ୍&zwnj; ନେଇ ଲାଗିଥିବା କଟକଣା ହଟିବା ପରେ ଆଜି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଛି । କଳସ ଶୋଭାଯାତ୍ରା ପାଇଁ ୫ ଘଣ୍ଟା ଧରି ସହରରେ ୧୪୪ ଧାରାକୁ କୋହଳ କରାଯାଇଥିଲା।</p> <p>ଭଦ୍ରକ ସହରରେ ରାମନାମ ସଂକୀର୍ତ୍ତନ ସାଙ୍ଗକୁ ବିଶାଳ କଳସ ଶୋଭାଯାତ୍ରା ଗାନ୍ଧିପଡିଆରୁ ବାହାରିଥିଲା। ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଶ୍ରୀରାମ ନବମୀ ମହାଯଜ୍ଞ। ପୂର୍ବବର୍ଷ ଯେଉଁଭଳି ଅସ୍ତଳଗ୍ରାମ ଦେଇ କଳସ ଶୋଭାଯାତ୍ରା ଯାଇଥିଲା ଚଳିତ ବର୍ଷ ମଧ୍ୟ ଠିକ୍ ସେଇ ବାଟ ଦେଇ ଶୋଭାଯାତ୍ରା ହୋଇଛି । ୨ ହଜାରରୁ ଊର୍ଦ୍ଧ୍ୱ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡିଆ ମହାଯଜ୍ଞସ୍ଥଳୀକୁ ଫେରିଛନ୍ତି।</p> <p>ଗତବର୍ଷର ସାମ୍ପ୍ରଦାୟିକ ହିଂସା ପରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତ ୧୭ ତାରିଖରୁ ସହରରେ ୧୪୪ ଧାରା ଲଗାଇଛି ଜିଲ୍ଲାପ୍ରଶାସନ । ଏଥିସହ ନଗର ସଂକୀର୍ତ୍ତନ ଓ କଳସ ଶୋଭାଯାତ୍ରାର ରୁଟ୍ ବି ପରିବର୍ତ୍ତନ କରାଯାଇଥିଲା । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶ୍ରୀରାମ ମହାଯଜ୍ଞ ସମିତି।&nbsp; ତେବେ ହାଇକୋର୍ଟ ଏହି କଟକଣାକୁ ହଟାଇବା ସହ ପୂର୍ବଭଳି ପାରମ୍ପରିକ ରୀତିରେ ସହରରେ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଲାଗି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।</p>

Related story