ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଦୁଲୁକୁଛି ଭଦ୍ରକ ସହର

Ordigital Desk
  • Published: Saturday, 24 March 2018
  • , Updated: 24 March 2018, 08:17 AM IST
<p>ଭଦ୍ରକ( ଓଡ଼ିଶା ରିପୋର୍ଟର): ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଦୁଲୁକୁଛି ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟକୁ ନେଇ ଲାଗିଥିବା କଟକଣା ହଟିବା ପରେ ଗତକାଲି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଥିଲା। ୨ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡ଼ିଆ ମହାଯଜ୍ଞସ୍ଥଳୀକୁ ଫେରିଥିଲେ। ଘଟ ସ୍ଥାପନ ପରେ ଗାନ୍ଧିପଡ଼ିଆରେ ଆରମ୍ଭ ହୋଇଥିଲା ମହାଯଜ୍ଞ।</p> <p>ଆସନ୍ତାକାଲି ରାମ ନବମୀ। ପୂର୍ଣ୍ଣାହୂତି ସହ ରାମ ନବମୀରେ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରାର କାର୍ଯ୍ୟକ୍ରମ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। କ୍ରାଇମବ୍ରାଞ୍ଚ ସାଇବର ସେଲର ଏକ ଟିମ୍ ମଧ୍ୟ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି।</p>

Related story