ରାମାଦେବୀ ଛାତ୍ରୀ ଅଟକ ଘଟଣା: ଡିସିପିଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ଛାତ୍ରୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର: ରାମଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ଘଟଣାରେ ଡିସିପିଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ଛାତ୍ରୀମାନେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀମାନେ ଆଜି ମାନବାଧିକାର କମିଶନଙ୍କ ନିକଟରେ ସାନି ପିଟିସନ ଦାଖଲ କରି ଡିସିପିଙ୍କ ରିପୋର୍ଟରେ କୌଣସି ସତ୍ୟତା ନ ଥିବା ଅଭିଯୋଗ କରିଛନ୍ତି। ଏହାସହ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ମହିଳା କଂଗ୍ରେସର ସଭାନେତ୍ରୀ ସସ୍ମିତା ବେହେରା ମଧ୍ୟ ସମାନ ଅଭିଯୋଗ ଆଣି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ […]

rd student

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 01:28 PM IST

ଭୁବନେଶ୍ୱର: ରାମଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ଘଟଣାରେ ଡିସିପିଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ଛାତ୍ରୀମାନେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀମାନେ ଆଜି ମାନବାଧିକାର କମିଶନଙ୍କ ନିକଟରେ ସାନି ପିଟିସନ ଦାଖଲ କରି ଡିସିପିଙ୍କ ରିପୋର୍ଟରେ କୌଣସି ସତ୍ୟତା ନ ଥିବା ଅଭିଯୋଗ କରିଛନ୍ତି। ଏହାସହ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ସେହିପରି ମହିଳା କଂଗ୍ରେସର ସଭାନେତ୍ରୀ ସସ୍ମିତା ବେହେରା ମଧ୍ୟ ସମାନ ଅଭିଯୋଗ ଆଣି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବ ସ୍ଥଳକୁ ଯାଉଥିବା କିଛି ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଯିବାକୁ ଦେଇ ନ ଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ଛାତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ଛାତ୍ରୀମାନଙ୍କୁ ଏକ ଘରେ ତାଲା ପକାଇ ଅଟକ ରଖାଯାଇଥିବା ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀ ଉତ୍ସବ ସ୍ଥଳରୁ ଯିବା ପରେ ସେମାନଙ୍କୁ ଛଡ଼ା ଯାଇଥିଲା।

Related story