ବିଜେପି ଛାଡ଼ିଲେ ରମାକାନ୍ତ, ବିଜେଡିରେ ମିଶିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ଦଳବଦଳ ରାଜନୀତି ଜୋର ଧରିଛି। ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୧୯ରେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଶତାଧିକ କର୍ମୀଙ୍କ ସହ ଦଳ ଛାଡ଼ି ଖୁବଶୀଘ୍ର ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତିର୍ତ୍ତୋଲର କଂଗ୍ରେସ ଓ ବିଜେଡି ନେତାଙ୍କ ବିଜେପିରେ ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ଶ୍ରୀ ଭୋଇ ଆଜି […]

ramakanta-bhoi

Manoranjan Sial
  • Published: Tuesday, 06 October 2020
  • , Updated: 06 October 2020, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ଦଳବଦଳ ରାଜନୀତି ଜୋର ଧରିଛି। ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୧୯ରେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଶତାଧିକ କର୍ମୀଙ୍କ ସହ ଦଳ ଛାଡ଼ି ଖୁବଶୀଘ୍ର ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତିର୍ତ୍ତୋଲର କଂଗ୍ରେସ ଓ ବିଜେଡି ନେତାଙ୍କ ବିଜେପିରେ ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ଶ୍ରୀ ଭୋଇ ଆଜି ଦଳରୁ ବିଧିବଦ୍ଧ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ ପଠାଇଛନ୍ତି। ତାଙ୍କ ସହ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳର ମଣ୍ଡଳ ସଭାପତି ତରୁଣ କୁମାର ଦାସ ଓ ପ୍ରମୋଦିନୀ ସେଠୀ ମଧ୍ୟ ଦଳ ଛାଡ଼ିଥିବା ସୂଚନା ମିଳିଛି।

ଶ୍ରୀ ଭୋଇଙ୍କୁ ବିଜେପି ଚଳିତ ଉପନିର୍ବାଚନରେ ପ୍ରାର୍ଥୀ କରିବାର ସମ୍ଭାବନା ନଥିବା ତଥା କଂଗ୍ରେସରୁ ଆସିଥିବା ରାଜକିଶୋର ବେହେରାଙ୍କୁ ଟିକେଟ୍ ଦେବ ବୋଲି ଜଣାପଡ଼ିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅବଶ୍ୟ ଶ୍ରୀ ଭୋଇ ବିଜେଡିରେ ସାମିଲ ହେବା ପାଇଁ ଗତ କିଛଦିନ ଧରି ବିଜେଡି ଶିବିର ସହ ସମ୍ପର୍କରେ ଥିଲେ। ବିଜେପି ଛାଡ଼ି ବିଜେଡି ଟିକେଟରେ ଜିତି ମନ୍ତ୍ରୀ ହୋଇଥିବା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ସହ ଯୋଗସୂତ୍ର ରକ୍ଷା କରି ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି।

Related story