ରାମେଶ୍ୱର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବୈଜୟନ୍ତ

ସାଲେପୁର: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆଜି ସକାଳେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ୱର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଅବସରରେ ସେ ସାଧାରଣ ଲୋକଙ୍କ ମିଶିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସାଂସଦ ପଣ୍ଡା ଭିମରାଜପୁର ଗାଁକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। କଟକ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ସାଂସଦ ପଣ୍ଡାଙ୍କ ସହ ଉପସ୍ଥିତ […]

baijanta

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 01:23 PM IST

ସାଲେପୁର: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆଜି ସକାଳେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ୱର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଅବସରରେ ସେ ସାଧାରଣ ଲୋକଙ୍କ ମିଶିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

ସାଂସଦ ପଣ୍ଡା ଭିମରାଜପୁର ଗାଁକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। କଟକ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ସାଂସଦ ପଣ୍ଡାଙ୍କ ସହ ଉପସ୍ଥିତ ଥିଲେ। ସେଠାରୁ ସେ ବାଇକ୍‌ରେ ରାମେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରିବା ସହ ନିର୍ମାଣାଧୀନ ମେଡିକାଲ୍ ଗୃହ କାର୍ଯ୍ୟର ସମୀକ୍ଷା କରିଥିଲେ।

Related story