ରଣପୁର ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍; ୧୫ୱାର୍ଡରୁ ୧୩ଟିରେ ବିଜୟୀ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସିରେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ବିଜେଡିର ବାଜିମାତ୍ ହୋଇଛି। ଏହି ଏନଏସିର ମୋଟ ୧୫ଟି ଆସନରୁ ୧୩ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଆଉ ଗୋଟିଏ ୱାର୍ଡ ଯାଇଛି ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ। ବିଜେପିକୁ ନିରାଶ ହେବାକୁ ପଡିଛି। ଦଳକୁ ଗୋଟିଏ ବି ଆସନ ମିଳିପାରିନିାହିଁ। ପୂରା  ଫଳାଫଳ ଆସିବା ପରେ ରଣପୁରର ବିଜେଡି କର୍ମୀମାନେ ଉତ୍ସବ ମନାଇଛନ୍ତି। ଗତକାଲି ସକାଳ ୮ଟାରୁ […]

voterranpur

Rakesh Mallick
  • Published: Wednesday, 06 May 2015
  • , Updated: 06 May 2015, 04:41 AM IST

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସିରେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ବିଜେଡିର ବାଜିମାତ୍ ହୋଇଛି। ଏହି ଏନଏସିର ମୋଟ ୧୫ଟି ଆସନରୁ ୧୩ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଆଉ ଗୋଟିଏ ୱାର୍ଡ ଯାଇଛି ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ। ବିଜେପିକୁ ନିରାଶ ହେବାକୁ ପଡିଛି। ଦଳକୁ ଗୋଟିଏ ବି ଆସନ ମିଳିପାରିନିାହିଁ। ପୂରା  ଫଳାଫଳ ଆସିବା ପରେ ରଣପୁରର ବିଜେଡି କର୍ମୀମାନେ ଉତ୍ସବ ମନାଇଛନ୍ତି।

ଗତକାଲି ସକାଳ ୮ଟାରୁ ଅପରାହ୍ଣ ୫ଟ। ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ମୋଟ ୯,୯୬୯ ଜଣଙ୍କ ଭୋଟର ମଧ୍ୟରୁ ୮୦.୦୧ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ୧୫ଟି ୱାର୍ଡ ପାଇଁ ମୋଟ ୫୫ ଜଣ ପ୍ରାର୍ଥୀ ଛିଡା ହୋଇଥିଲେ।

ରଣପୁର ଏନଏସି ପାଇଁ ଗତ ଏପ୍ରିଲ ୭ ତାରିଖରେ ନିର୍ବାଚନ ହେବାର ଥିଲା । କିନ୍ତୁ ଆସନ ସଂରକ୍ଷଣ ଜନିତ ସମସ୍ୟା ଯୋଗୁଁ ଏହି ନିର୍ବଚନକୁ ସ୍ଥଗିତ ରଖାଯାଇଥିଲା । ଆଉ ମେ’ ୫ରେ ନିର୍ବାଚନ କରାଯାଇଥିଲା।

Related story