ରଙ୍ଗବତୀର ରିମେକକୁ ନେଇ କୋର୍ଟରେ ମାମଲା

ସମ୍ବଲପୁର: ପ୍ରସିଦ୍ଧ ସମ୍ୱଲପୁରୀ ଗୀତ ରଙ୍ଗବତୀର ରିମେକକୁ ନେଇ କୋର୍ଟରେ ମାମଲା ହୋଇଛି। ମୂଳ ରଙ୍ଗବତୀ ଗୀତର କପି ରାଇଟ ଉଲ୍ଲଂଘନ କରାଯାଇଥିବା ନେଇ ଏହାର ଗୀତିକାର ତଥା ସଙ୍ଗୀତ ନିଦ୍ଦେର୍ଶକ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ସେମାନଙ୍କ ବିନା ଅନୁମତିରେ ରଙ୍ଗରବୀତ ରିଟର୍ଣ୍ଣସ ନାଁରେ ଏହି ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ କରିଛନ୍ତି ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ଏ ନେଇ ରଙ୍ଗବତୀ ରିଟର୍ଣ୍ଣସ ଗୀତ ପ୍ରସ୍ତୁତ କରିଥିବା ବ୍ୟକ୍ତି ତଥା […]

rangabati

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 06:25 AM IST

ସମ୍ବଲପୁର: ପ୍ରସିଦ୍ଧ ସମ୍ୱଲପୁରୀ ଗୀତ ରଙ୍ଗବତୀର ରିମେକକୁ ନେଇ କୋର୍ଟରେ ମାମଲା ହୋଇଛି। ମୂଳ ରଙ୍ଗବତୀ ଗୀତର କପି ରାଇଟ ଉଲ୍ଲଂଘନ କରାଯାଇଥିବା ନେଇ ଏହାର ଗୀତିକାର ତଥା ସଙ୍ଗୀତ ନିଦ୍ଦେର୍ଶକ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ସେମାନଙ୍କ ବିନା ଅନୁମତିରେ ରଙ୍ଗରବୀତ ରିଟର୍ଣ୍ଣସ ନାଁରେ ଏହି ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ କରିଛନ୍ତି ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ଏ ନେଇ ରଙ୍ଗବତୀ ରିଟର୍ଣ୍ଣସ ଗୀତ ପ୍ରସ୍ତୁତ କରିଥିବା ବ୍ୟକ୍ତି ତଥା ସଂସ୍ଥା ବିରୋଧରେ କୋଟିଏ ଟଙ୍କ।ର ମାମଲା ଦାଏର କରାଯାଇଛି। ମାମାଲାରେ ହିନ୍ଦୁସ୍ତାନ କୋକାକୋଲା ବ୍ରିଭରେଜ୍ ପ୍ରାଇଭେଟ ଲିମିଟେଡ୍, ହିନ୍ଦୁସ୍ତାନ କୋକାକୋଲା ହୋଲଡିଂସ ପ୍ରାଇଭେଟ୍ ଲିମିଟେଡ୍, ଭାୟାକମ୍ ଏଇଟିନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ତଥା ଗାୟିକା ସୋନା ମହାପାତ୍ର, ରାମ୍ ସମ୍ପତ୍ତ ଓ ରୁତୁରାଜ ମହାନ୍ତିଙ୍କୁ ଲିଗାଲ ନୋଟିସ ପଠାଯାଇଛି। ଏମ୍ ଟିଭି କୋକ୍ ଷ୍ଟୁଡିଓରେ ରଙ୍ଗବତୀ ରିଟର୍ଣ୍ଣ ଗୀତ ପ୍ରସ୍ତୁତ ହେବା ପରେ ପ୍ରସାରଣ କରାଯାଇଥିବାରୁ ଏହାର ପ୍ରସାରଣ ବନ୍ଦ ଲାଗି ମଧ୍ୟ ଆବେଦନ କରାଯାଇଛି।

Related story