ତେଲ ଟ୍ୟାଙ୍କର ଓ ପିକଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଅଙ୍ଗରପଦା ଛକ ନିକଟରେ ତେଲ ଟ୍ୟାଙ୍କର ଓ ପିକଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପିକଅପ୍‌ ଭ୍ୟାନ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ସେକ୍‌ ମୁନା। ତାଙ୍କ ଘର ଭଦ୍ରକ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳରେ। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ତେଲ ଟ୍ୟାଙ୍କର ବାରିପଦା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍ […]

accident

Jyoshna Pradhan
  • Published: Monday, 18 November 2019
  • , Updated: 18 November 2019, 02:51 PM IST

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଅଙ୍ଗରପଦା ଛକ ନିକଟରେ ତେଲ ଟ୍ୟାଙ୍କର ଓ ପିକଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପିକଅପ୍‌ ଭ୍ୟାନ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ସେକ୍‌ ମୁନା। ତାଙ୍କ ଘର ଭଦ୍ରକ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳରେ।

ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ତେଲ ଟ୍ୟାଙ୍କର ବାରିପଦା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍ ଭ୍ୟାନ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପିକ୍‌ଅପ୍ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ଯଶୀପୁରରୁ ଭଦ୍ରକ ଯାଉଥିଲା।

ଆଜି ସକାଳେ ମୃତ ଡ୍ରାଇଭରଙ୍କ ପରିବାର ଲୋକେ ପହଞ୍ଚିବା ପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି। ଏଥିସହ  ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ପୁଲିସ୍ ଜବତ କରିଛି। ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇଯାଇଛି। ପୁଲିସ୍‌ ଘଟଣା ତଦନ୍ତ ଆରମ୍ଭ କରିଛି।

Related story