କଣ୍ଟ୍ରାକ୍ଟରଙ୍କ ଯୌନ କେଳେଙ୍କାରୀ : ପାଠପଢାଇବା ଆଳରେ ଆଣି ନାବାଳିକା ସହ…

Ordigital Desk
  • Published: Monday, 04 June 2018
  • , Updated: 04 June 2018, 05:53 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଜେଜେ ବୟସରେ ଦୁଷ୍ଟାମି। ପଦାକୁ ଆସିଲା ୬୦ ବର୍ଷର କଣ୍ଟ୍ରାକ୍ଟରଙ୍କ ଯୌନ କେଳେଙ୍କାରୀ। ଜଣେ ନାବାଳିକାଙ୍କୁ ପାଠପଢେବା ଆଳରେ ଘରେ ରଖି ତା&rsquo; ସହ ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥବା ଅଭିଯୋଗ ହୋଇଛି। ସମ୍ପୃକ୍ତ କଣ୍ଟାକ୍ଟର ଜଣକ ଉକ୍ତ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ କଣ୍ଟ୍ରାକ୍ଟର ଫେରାର ଅଛନ୍ତି।</p> <p>ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକା ଜଣକର ଘର ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ।&nbsp; ଝିଅର ବାପା ଗୁଜରାଟରେ ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ଘରେ ଝିଅର ଜେଜେ ଓ ମା&rsquo; ରୁହନ୍ତି। ତେବେ କଣ୍ଟ୍ରାକ୍ଟର ପ୍ରମୋଦ ସିଂଙ୍କ ଘର ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀ ବନ୍ଧ କାମ କରନ୍ତି।&nbsp; ତେଣୁ କୌଣସି ମତେ ସମ୍ପୃକ୍ତ ପରିବାର ସହ କଣ୍ଟ୍ରାକ୍ଟର ପ୍ରମୋଦ ସିଂଙ୍କ ସମ୍ପର୍କ ଗଢିଉଠି ଥିଲା। ତେବେ ଝିଅର ଜେଜେ ଅନେକ ସମୟରେ ଉକ୍ତ କଣ୍ଟ୍ରାକ୍ଟରଙ୍କ ଠାରୁ ଆର୍ଥିକ ସହାୟତା ନେବା ସହ ନାତୁଣୀଙ୍କୁ ପାଠ ପଢେବା ପାଇଁ କଣ୍ଟ୍ରାକ୍ଟରଙ୍କ ଘରେ ଛାଡ଼ିଥିଲେ। ତେବେ କଣ୍ଟ୍ରାକ୍ଟର ଜଣକ ସମ୍ପୃକ୍ତ ନାବାଳିକା ଜଣକକୁ ଘର କାମରେ ଲଗେଇଥିଲେ। ପରେ ତା&rsquo; ସହିତ ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ।</p> <p>ପ୍ରଥମେ ପ୍ରଥମେ ନାବାଳିକା ଜଣକ ଏ ବିଷୟରେ କିଛି କହିବାକୁ ଭୟ କରିଥିଲା। ପରେ ନିର୍ଯାତନା ବେଶୀ ହେବାରୁ ନାବାଳିକା ଜଣକ ଏ ବିଷୟରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲା। ସ୍ଥାନୀୟ ଲୋକେ ଏ ବିଷୟରେ ସିଡବ୍ଲ୍ୟୁସି (ଶିଶୁ ସୁରକ୍ଷା କମିଟି)କୁ ଜଣାଇଥିଲେ। ପରେ ସିଡବ୍ଲ୍ୟୁସି ତନାଘନା କରି ଆଜି ଚନ୍ଦ୍ରଶେଖରପୁର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ନିଜ ଆଡ଼ୁ ୩୬୭ରେ ପକ୍&zwnj;ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ଘରେ ତଦନ୍ତ କରିବାକୁ ଯାଇଥିବା ବେଳେ ସେ ଫେରାର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନାବାଳିକାର ଜେଜେ ନାତୁଣୀଙ୍କୁ ୭ ଦିନ ହେବ ଛାଡ଼ିଥିବା କହିଥିବା ବେଳେ ନାବାଳିକା ଜଣକ କହିଛନ୍ତି ମତେ ଅଷ୍ଟମ ଶ୍ରେଣୀରୁ ଛାଡ଼ିଛନ୍ତି। ତେଣୁ ଉଭୟଙ୍କ ବୟାନରେ ତାଳମେଳ ରହୁନାହିଁ। ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।</p>

Related story