‘ତୁ ମରିଯାଉନୁ, ଆମେ କିଛି ବୁଝିପାରିବୁ ନାହିଁ’

ଯାଜପୁର(ଅଭୟ ପତି): ଲୋକ ଲଜ୍ଜା ସତ୍ତ୍ୱେ ନିଜ ଯନ୍ତ୍ରଣାଶିକ୍ତ ଶରୀରକୁ ଧରି ନ୍ୟାୟ ପାଇଁ ଜଣେ ଦୁଷ୍କର୍ମ ପୀଡ଼ିତା ଥାନାକୁ ଆସିଥିଲେ। ଭାବିଥିଲେ ଥାନାବାବୁ ନ୍ୟାୟ ଦେବେ। ହେଲେ ଥାନାବାବୁ ନ୍ୟାୟ ଦେବା ପରିବର୍ତ୍ତେ ପୀଡ଼ିତାଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ‘ତୁ ମରିଯାଉନୁ, ଆମେ କିଛି ବୁଝିପାରିବୁ ନାହିଁ’ ବୋଲି ପୀଡ଼ିତାଙ୍କୁ ଥାନାବାବୁ କହୁଥିବା ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କଠାରୁ ଏପରି କଥା ଶୁଣି ପରେ ପୀଡ଼ିତା ନ୍ୟାୟ ପାଇଁ ବାରଦ୍ୱାର ହେଉଛନ୍ତି। ଆଜି […]

jajpur-rape-victim

Manoranjan Sial
  • Published: Friday, 09 April 2021
  • , Updated: 09 April 2021, 06:33 PM IST

ଯାଜପୁର(ଅଭୟ ପତି): ଲୋକ ଲଜ୍ଜା ସତ୍ତ୍ୱେ ନିଜ ଯନ୍ତ୍ରଣାଶିକ୍ତ ଶରୀରକୁ ଧରି ନ୍ୟାୟ ପାଇଁ ଜଣେ ଦୁଷ୍କର୍ମ ପୀଡ଼ିତା ଥାନାକୁ ଆସିଥିଲେ। ଭାବିଥିଲେ ଥାନାବାବୁ ନ୍ୟାୟ ଦେବେ। ହେଲେ ଥାନାବାବୁ ନ୍ୟାୟ ଦେବା ପରିବର୍ତ୍ତେ ପୀଡ଼ିତାଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ‘ତୁ ମରିଯାଉନୁ, ଆମେ କିଛି ବୁଝିପାରିବୁ ନାହିଁ’ ବୋଲି ପୀଡ଼ିତାଙ୍କୁ ଥାନାବାବୁ କହୁଥିବା ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କଠାରୁ ଏପରି କଥା ଶୁଣି ପରେ ପୀଡ଼ିତା ନ୍ୟାୟ ପାଇଁ ବାରଦ୍ୱାର ହେଉଛନ୍ତି। ଆଜି ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ। ପୀଡ଼ିତା ଏବେ ଏନେଇ ଯାଜପୁର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଦୁଷ୍କର୍ମ ପିଶାଚଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

ପୂରା ଘଟଣାଟି ଏମିତି। ପାଣିକୋଇଲି ଥାନା ଅଞ୍ଚଳର ଜଣେ ଜଣେ ଯୁବତୀ ପଦ୍ମା (ଛଦ୍ମ ନାମ) ନିଜ ବଡ଼ ଭଉଣୀର ଦିଅରକୁ ଭଲ ପାଉଥିଲେ। ବଡ଼ ଭଉଣୀଙ୍କ ଦିଅର ମଧ୍ୟ ପଦ୍ମାକୁ ଭଲ ପାଉଥିଲେ। ଆଜକୁ ୮ ମାସ ତଳେ ପଦ୍ମାଙ୍କୁ ବାହାହେବା ପାଇଁ ବଳ ପୂର୍ବକ ତାଙ୍କ ପ୍ରେମିକ ଉଠାଇ ନେଇ ଏକ ବାର୍‌ ଭିତରେ ବାରଣ ସତ୍ତ୍ୱେ ଦୁଷ୍କର୍ମ କରିଥିଲେ। ପରେ ଘଟଣା ପ୍ରଘଟ ନକରିବା ପାଇଁ ତାଗିଦ କରିବା ସହିତ ପ୍ରେମିକଙ୍କ ଘର ଲୋକ ଓ ସାଙ୍ଗମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ପଦ୍ମା କିନ୍ତୁ ଲୋକ ଲଜ୍ଜାକୁ ଭୟ ନକରି ଏନେଇ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ପ୍ରେମିକ ଓ ତାଙ୍କର କିଛି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ପଦ୍ମାଙ୍କ ବଡ଼ ଭଉଣୀ ଓ ଦଶ ମାସର ପିଲାକୁ ଶାଶୁ ଘର ଲୋକେ ଘରୁ ତଡ଼ିଦେଇଥିଲେ। ମାମଲା ପ୍ରତ୍ୟାହାର କରିବା ପାଇଁ ଚାପ ପକାଉଥିବା ଅଭିଯୋଗ ହେଉଛି। ଯାହାଫଳରେ ପଦ୍ମାଙ୍କ ବଡ଼ ଭଉଣୀ ଏବେ ବାପ ଘରେ ରହୁଛନ୍ତି।

ପଦ୍ମା ନ୍ୟାୟ ପାଇଁ ପାଣିକୋଇଲି ଥାନାକୁ ବାରମ୍ୱାର ଯାଉଛନ୍ତି। ହେଲେ ନ୍ୟାୟ ଦେବା ବଦଳରେ ଥାନା ଅଧିକାରୀ କହୁଛନ୍ତି ‘ତୁ ମରିଯାଉନୁ, ଆମେ କିଛି କରିପାରିବୁ ନାହିଁ।’ ଶେଷରେ ପଦ୍ମା ଥାନରୁ ନିରାଶ ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏ ସମ୍ପର୍କରେ ଥାନା ଅଧିକାରୀ କିମ୍ବା ଏସ୍‌ପିଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Related story