ଚକୋଲେଟ୍‌ ଲୋଭ ଦେଖାଇ କୁନି ଝିଅର ଇଜ୍ଜତ ଲୁଟିଲା

ନୀଳଗିରି(ଓଡ଼ିଶା ରିପୋର୍ଟର):  ଉତ୍ତରପ୍ରଦେଶ  ଏବଂ ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ବଳାତ୍କାରକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ସେମିତି ଏକ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଚକୋଲେଟ୍‌ର ଲୋଭ ଦେଖାଇ ଦୁଷ୍କର୍ମ କରିଛି ଅଭିଯୁକ୍ତ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି।  […]

chocolate

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 11:23 AM IST

ନୀଳଗିରି(ଓଡ଼ିଶା ରିପୋର୍ଟର):  ଉତ୍ତରପ୍ରଦେଶ  ଏବଂ ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ବଳାତ୍କାରକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ସେମିତି ଏକ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଚକୋଲେଟ୍‌ର ଲୋଭ ଦେଖାଇ ଦୁଷ୍କର୍ମ କରିଛି ଅଭିଯୁକ୍ତ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି।  ନାବାଳିକାକୁ ଚକୋଲେଟ୍‌ର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ପଡୋଶୀ ବୋଲି ଜଣାପଡିଛି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି।

Related story