କରୋନାକୁ ଚେକ୍‌ ଦେବାକୁ ଆକ୍ସନ ପ୍ଲାନ୍‌; ଘରକୁ ଘର ବୁଲୁଛି ରାପିଡ଼ ରେସ୍ପନସ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ୍‌(RRT) ସଂଖ୍ୟା  । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି । ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ୍‌ ଗଠିତ ହୋଇଛି । ପ୍ରତି ଟିମ୍‌ରେ ଜଣେ ଡାକ୍ତର ଓ କୋଭିଡ ସଚେତକ ଓ ଏଏନ୍ଏମ ଅଛନ୍ତି । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏହି […]

corona test

Niharika Rout
  • Published: Thursday, 22 April 2021
  • , Updated: 22 April 2021, 10:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ୍‌(RRT) ସଂଖ୍ୟା  । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି । ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ୍‌ ଗଠିତ ହୋଇଛି । ପ୍ରତି ଟିମ୍‌ରେ ଜଣେ ଡାକ୍ତର ଓ କୋଭିଡ ସଚେତକ ଓ ଏଏନ୍ଏମ ଅଛନ୍ତି ।

ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏହି ଟିମ୍  । ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍ । ସୋଶାଲ ମିଡିଆ ଓ whatsapp ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି ଏହି ଟିମ୍‌ ।

ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ୨୪ଟି RRT ଥିଲା। ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି। ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ପାଇଛି  ।

ଗତକାଲି କେବଳ ୧୦ଟି ଆମ୍ବୁଲାନ୍ସ  ସାମିଲ ହୋଇଛି । ଭୁବନେଶ୍ୱରରେ ୫ ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି । ଆବଶ୍ୟକତା ଅନୁଯାୟୀ, ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ବିଏମସି ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି।

ଅପରପକ୍ଷେ, କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଚେକ୍ ଦେବାକୁ ତତ୍ପରତା ପ୍ରକାଶ କରିଛି ଗଂଜାମ ପ୍ରଶାସନ । ବ୍ରହ୍ମପୁରରେ  ଡୋର ଟୁ ଡୋର ସ୍କ୍ରିନିଂ ଓ ଅକ୍ସିଜେନ୍ ଲେଭେଲ ଯାଞ୍ଚକୁ ତ୍ୱରାନ୍ୱିତ କରାଯାଇଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କର ଟେଷ୍ଟ କରାଯାଉଛି।

[caption id="attachment_637629" align="aligncenter" width="650"] ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି ଟିମ୍‌ ସଦସ୍ୟ।[/caption]

ଗତକାଲିଠାରୁ ଏହି ସ୍କ୍ରିନିଂ ଚାଲିଛି। ଆଜି ଗଂଜାମ ଜିଲ୍ଲାରୁ ୧୩୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

Related story