ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍‌, ଜରିମାନା

କଟକ (ଓଡ଼ିଶା ରିପୋର୍ଟର): ଜନୈକା ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ। ଏଥିସହ ୧୦ ହଜାର ଟଙ୍କାର ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୨୦୧୫ ମସିହା ଜୁନ ୨୭ ତାରିଖରେ ଚୌଦ୍ୱାର ଅଞ୍ଚଳର ୧୪ ବର୍ଷିୟା ନାବାଳିକା ଥଣ୍ଡା ପାନୀୟ ଆଣିବା ପାଇଁ ଯାଇଥିଲା। ସେହି ସମୟରେ ସେ ଦୁଷ୍କର୍ମର […]

Rape

Manoranjan Sial
  • Published: Monday, 27 December 2021
  • , Updated: 27 December 2021, 09:33 PM IST

କଟକ (ଓଡ଼ିଶା ରିପୋର୍ଟର): ଜନୈକା ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ। ଏଥିସହ ୧୦ ହଜାର ଟଙ୍କାର ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

୨୦୧୫ ମସିହା ଜୁନ ୨୭ ତାରିଖରେ ଚୌଦ୍ୱାର ଅଞ୍ଚଳର ୧୪ ବର୍ଷିୟା ନାବାଳିକା ଥଣ୍ଡା ପାନୀୟ ଆଣିବା ପାଇଁ ଯାଇଥିଲା। ସେହି ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସୁରେନ୍ଦ୍ର ପିଙ୍ଗୁଆ ଓରଫ ଚଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ ଅଦାଲତ ମାମଲାର ଶୁଣାଣି କରି ୧୬ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି। ଏହା ସହିତ ଜିଲ୍ଲା ଆଇସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story