ରାସନ କାର୍ଡ ପ୍ରତ୍ୟାହାର ପାଇଁ ଅନଲାଇନ୍ ଆବେଦନ କଲେ ବିଏମସିର ୬ କର୍ପୋରେଟର୍

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଥିବା ବିଏମସିର ୬ କର୍ପୋରେଟର ସେମାନଙ୍କ ରାସନ କାର୍ଡ ପ୍ରତ୍ୟାହାର ପାଇଁ ଅନଲାଇନ୍ ଆବେଦନ କରିଛନ୍ତି। ତଦନ୍ତ କମିଟି ଗଠନ ପରେ କର୍ପୋରେଟରମାନେ ରାସନ କାର୍ଡ ପ୍ରତ୍ୟାହାର ପାଇଁ ଆବେଦନ କରିଛନ୍ତି ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି। ପୂର୍ବତନ ଡେପୁଟି ମେୟର ତଥା ବର୍ତ୍ତମାନର କର୍ପୋରେଟର ଭାରତୀ ସିଂଙ୍କ ନାଁରେ ରାସନ କାର୍ଡ ଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଏହାର ସତ୍ୟତା […]

bmc

Rakesh Mallick
  • Published: Saturday, 02 January 2016
  • , Updated: 02 January 2016, 02:30 AM IST

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଥିବା ବିଏମସିର ୬ କର୍ପୋରେଟର ସେମାନଙ୍କ ରାସନ କାର୍ଡ ପ୍ରତ୍ୟାହାର ପାଇଁ ଅନଲାଇନ୍ ଆବେଦନ କରିଛନ୍ତି। ତଦନ୍ତ କମିଟି ଗଠନ ପରେ କର୍ପୋରେଟରମାନେ ରାସନ କାର୍ଡ ପ୍ରତ୍ୟାହାର ପାଇଁ ଆବେଦନ କରିଛନ୍ତି ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି।

ପୂର୍ବତନ ଡେପୁଟି ମେୟର ତଥା ବର୍ତ୍ତମାନର କର୍ପୋରେଟର ଭାରତୀ ସିଂଙ୍କ ନାଁରେ ରାସନ କାର୍ଡ ଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଏହାର ସତ୍ୟତା ନେଇ ବିଏମସି ପକ୍ଷରୁ ଜଣେ ଡେପୁଟି କମିଶନରଙ୍କ ଅଧୀନରେ ତଦନ୍ତ କମିଟି ଗଠନ ହୋଇଥିଲା ଏବଂ ଜଣା ପଡ଼ିଥିଲା ଯେ ବିଏମସିର ୬ଜଣ କର୍ପୋରେଟରଙ୍କ ନାଁ ରାସନ କାର୍ଡ ତାଲିକାରେ ସ୍ଥାନ ପାଇଛି।

 ସେମାନେ ହେଲେ ୧୫ ନମ୍ୱର ୱାର୍ଡର କର୍ପୋରେଟର ସମୀର ପ୍ରଧାନ, ୧୬ ନମ୍ୱର ୱାର୍ଡର ଭାରତୀ ସିଂ, ୨୧ ନମ୍ୱର ୱାର୍ଡର ପ୍ରେମାନନ୍ଦ ଜେନା, ୨୦ ନମ୍ୱର ୱାର୍ଡର ବାସନ୍ତି ସିଂ, ୨୨ ନମ୍ୱର ୱାର୍ଡର ହରେକୃଷ୍ଣ ନାୟକ ଓ ୨୬ନମ୍ୱର ୱାର୍ଡର ଝୁନିବାଳା ଦେଇ। ତେବେ ତଦନ୍ତ କମିଟି ତାର କାର୍ଯ୍ୟ ଜାରି ରଖିବ ବୋଲି ବିଏମସି ମେୟର କହିଛନ୍ତି।

Related story