ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ, ଅଯୋଗ୍ୟ ରାସନକାର୍ଡଧାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନିଅ

ଭୁବନେଶ୍ୱର: ରାସନକାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ପୁଣି ଥରେ ସରକାର ସତର୍କ ଘଣ୍ଟି ବଜାଇଛନ୍ତି। ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏପରିକି ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରି ସେମାନଙ୍କୁ ଗିରଫ କରିବାକୁ ଏସ୍‌ପିମାନଙ୍କୁ କୁହାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ସବୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ମାସେ ମଧ୍ୟରେ ୪,୯୧୧ ଜଣଙ୍କ […]

rasancard-return

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 10:21 PM IST

ଭୁବନେଶ୍ୱର: ରାସନକାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ପୁଣି ଥରେ ସରକାର ସତର୍କ ଘଣ୍ଟି ବଜାଇଛନ୍ତି। ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏପରିକି ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରି ସେମାନଙ୍କୁ ଗିରଫ କରିବାକୁ ଏସ୍‌ପିମାନଙ୍କୁ କୁହାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ସବୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ମାସେ ମଧ୍ୟରେ ୪,୯୧୧ ଜଣଙ୍କ ବିରୋଧରେ ଏଫ୍‌ଆଇଆର କରାଯାଇଥିବା ବେଳେ ୨୨୫ ଜଣଙ୍କୁ ଗିରଫ କରାଯାଇଛି। ଏବେ କାର୍ଯ୍ୟନୁଷ୍ଠାନକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ସରକାର ଏବେ ସୁଦ୍ଧା ୨,୪୧,୦୦୦ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ କରିଛନ୍ତି। ଏଥିମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୬୧,୦୦୦ ଅଯୋଗ୍ୟ ହିତାଧିକାରୀ  ରହିଛନ୍ତି। ଗଜପତି ଜିଲ୍ଲାରେ କେହି ବି ଅଯୋଗ୍ୟ ହିତାଧିକାରୀ ନାହାନ୍ତି। କାର୍ଡ ଫେରାଇବା ଜରିମାନା ବାବଦ ୬,୧୦,୦୦୦ଟଙ୍କା ଆଦାୟ ହୋଇଛି।

ଖାଦ୍ୟ ଯୋଗାଣ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଅଯୋଗ୍ୟ ହିତାଧିକାରଙ୍କୁ ବାଦ୍ ଦେଇ ସରକାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏଫ୍‌ଆଇଆର ଦାୟର କରାଯାଇ ଗିରଫ କରିବାକୁ ଏସ୍‌ପିମାନଙ୍କୁ କୁହାଯାଇଛି। ଗିରଫଦାରୀ ଭୟରେ ପ୍ରତିଦିନ ୬୦୦୦ରୁ ୭୦୦୦ ହଜାର ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରସ୍ତ କରୁଛନ୍ତି।”

Related story