ଅବହେଳିତ ପରିବାରଙ୍କ ପାଖରେ ପହଞ୍ଚିବ କେନ୍ଦ୍ର ସରକାରଙ୍କ ୭ଟି ଯୋଜନା

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବଡ଼ସାହିର ହରିପୁରରେ କେନ୍ଦ୍ରର ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଯୋଜନାର ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗ୍ରାମ ସ୍ୱରାଜ ଅନ୍ତର୍ଗତ ରାଜ୍ୟର ୪୦୦ଟି ଅବହେଳିତ ଗାଁକୁ ଚିହ୍ନଟ କରାଯାଇ ଏଠାରେ ପ୍ରତି ପରିବାର ପାଖରେ କେନ୍ଦ୍ରର ୭ଟି ଯୋଜନା ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ କିନ୍ତୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଗତ ୨୪ ତାରିଖରୁ ସାରା […]

dharmendra pradhan

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 04:34 AM IST

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବଡ଼ସାହିର ହରିପୁରରେ କେନ୍ଦ୍ରର ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଯୋଜନାର ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗ୍ରାମ ସ୍ୱରାଜ ଅନ୍ତର୍ଗତ ରାଜ୍ୟର ୪୦୦ଟି ଅବହେଳିତ ଗାଁକୁ ଚିହ୍ନଟ କରାଯାଇ ଏଠାରେ ପ୍ରତି ପରିବାର ପାଖରେ କେନ୍ଦ୍ରର ୭ଟି ଯୋଜନା ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ କିନ୍ତୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଗତ ୨୪ ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଛି ଏହି ଅଭିଯାନ। ମାତ୍ର ରାଜ୍ୟ ସରକାର ରାଜନୈତିକ ଦୃଷ୍ଟିଭଙ୍ଗୀ ରଖି ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି-“ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନା ପରି ରାଜ୍ୟ ଗୁଡ଼ିକ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସହଯୋଗ କରୁଛନ୍ତି। ମାତ୍ର ଓଡ଼ିଶା ସହଯୋଗ କରୁନାହିଁ।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ଏହି ଯୋଜନାରେ ରାଜ୍ୟ ସରକାରଙ୍କର ସହଯୋଗ ରହୁନି ବିଜେପି କେମିତି ଜାଣିଲା? ସେମାନଙ୍କର ପ୍ରଚାର ଦରକାର। ବିଜେପି ହେଉଛି ପ୍ରଚାର ସର୍ବସ୍ୱ ଦଳ।”

Related story