ତାଳଧ୍ୱଜ ରଥ ଉପରକୁ ଚଢ଼ି ଜଣେ ଭକ୍ତ ଗିରଫ

ପୁରୀ:  ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଉପରେ  ଚଢ଼ିବାରୁ ଗୁଜରାଟର ଦୀପେଶ ଶାହାଙ୍କୁ କୁମ୍ଭାରପଡ଼ା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀପେଶ ଗତ ୮ ତାରିଖରେ ପ୍ରଥମେ ବଳଭଦ୍ରଙ୍କ ରଥ ଉପରେ ଚଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ଚଢ଼ିବା ବେଳେ ପୋଲିସ୍‌ ତାଙ୍କୁ ଅଟକାଇ ଥିଲା। ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗ ଓ ସିସିଟିଭି ଚିତ୍ର ଯାଞ୍ଚ ପରେ ଦୀପେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୯ ତାରିଖରେ […]

giraf

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 10:18 AM IST

ପୁରୀ:  ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଉପରେ  ଚଢ଼ିବାରୁ ଗୁଜରାଟର ଦୀପେଶ ଶାହାଙ୍କୁ କୁମ୍ଭାରପଡ଼ା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀପେଶ ଗତ ୮ ତାରିଖରେ ପ୍ରଥମେ ବଳଭଦ୍ରଙ୍କ ରଥ ଉପରେ ଚଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ଚଢ଼ିବା ବେଳେ ପୋଲିସ୍‌ ତାଙ୍କୁ ଅଟକାଇ ଥିଲା। ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗ ଓ ସିସିଟିଭି ଚିତ୍ର ଯାଞ୍ଚ ପରେ ଦୀପେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗତ ୯ ତାରିଖରେ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ପୂର୍ବରୁ ଜଣେ ମହିଳା ନନ୍ଦିଘୋଷ ରଥରେ ଚଢ଼ିବା ନେଇ ବିବାଦ ସୃଷ୍ଟି ହୋଇଥିଲା। ଯୁବତୀଙ୍କ ରଥରେ ଚଢ଼ିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଣସି ଅଭିଯୋଗ ହୋଇ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ପୋଲିସ୍ କହିଛି।

Related story