ରଥଯାତ୍ରା ସମୟରେ କଟକରୁ ପୁରୀକୁ ଚାଲିବ ଅତିରିକ୍ତ ୯୦ଟି ବସ୍‌

କଟକ: ରଥଯାତ୍ରା ସମୟରେ କଟକ-ପୁରୀ ମଧ୍ୟରେ ଚଳାଚଳ ପାଇଁ ଅତିରିକ୍ତ ୯୦ଟି ବସକୁ ଅସ୍ଥାୟୀ ପରମିଟ ମିଳିଛି। ପୂର୍ବରୁ କଟକ-ପୁରୀ ମଧ୍ୟରେ ନିମୟିତ ୭୨ଟି ଘରୋଇ ବସ୍ ଚଳାଚଳ କରୁଛି। ୯୦ଟି ବସ୍‌କୁ ଅନୁମତି ମିଳିବା ପରେ ରଥଯାତ୍ରା ସମୟରେ ୧୬୨ଟି ବସ୍‌ ଚଳାଚଳ କରିବ। କଟକ ଓ ପୁରୀ ବସ୍ ମାଲିକ ସଂଘର ଏକ ମିଳିତ ବୈଠକରେ ଆଜି  ଏହି ନିଷ୍ପତ୍ତି ନିଆଯାଇଛି। କଟକ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଅଜୟ କୁମାର ବାରିକଙ୍କ […]

cuttack

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 07:57 PM IST

କଟକ: ରଥଯାତ୍ରା ସମୟରେ କଟକ-ପୁରୀ ମଧ୍ୟରେ ଚଳାଚଳ ପାଇଁ ଅତିରିକ୍ତ ୯୦ଟି ବସକୁ ଅସ୍ଥାୟୀ ପରମିଟ ମିଳିଛି। ପୂର୍ବରୁ କଟକ-ପୁରୀ ମଧ୍ୟରେ ନିମୟିତ ୭୨ଟି ଘରୋଇ ବସ୍ ଚଳାଚଳ କରୁଛି। ୯୦ଟି ବସ୍‌କୁ ଅନୁମତି ମିଳିବା ପରେ ରଥଯାତ୍ରା ସମୟରେ ୧୬୨ଟି ବସ୍‌ ଚଳାଚଳ କରିବ। କଟକ ଓ ପୁରୀ ବସ୍ ମାଲିକ ସଂଘର ଏକ ମିଳିତ ବୈଠକରେ ଆଜି  ଏହି ନିଷ୍ପତ୍ତି ନିଆଯାଇଛି।

କଟକ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଅଜୟ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ସମୟରେ ଯାତ୍ରୀ ପରିବହନକୁ ନେଇ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀଗୁଣ୍ଡିଚା, ସୁନାବେଶ ଓ ବାହୁଡା ପୂର୍ବ ରାତିରୁ ପରଦିନ ରାତି ପର୍ଯ୍ୟନ୍ତ ଏହି ବସ୍‌ଗୁଡିକ ଚଳାଚଳ କରିବା ସହିତ ପାନୀୟଜଳ, ଫାଷ୍ଟଏଡ୍, ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ଅସ୍ଥାୟୀ କ୍ୟାମ୍ପ୍ ପ୍ରଭୃତିର ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି। ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ସଂଘ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପୁରୀ ବସ୍ ମାଲିକ ସଂଘର ଯୁଗ୍ମ ସଂପାଦକ ରବୀନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

Related story