ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ, ତଦନ୍ତ ଦାବି କଲା ଦଇତାପତି ନିଯୋଗ

ପୁରୀ(ଓଡିଶା ରିପୋର୍ଟର): ବିଭ୍ରାଟ ଆଉ ବିଶୃଙ୍ଖଳା ପିଛା ଛାଡ଼ୁନି ଶ୍ରୀମନ୍ଦିରର। କେବେ ବ୍ରହ୍ମକୁ ନେଇ ବିଭ୍ରାଟ ତ ଆଉ କେବେ ନୀତିକାନ୍ତିରେ ବିଶୃଙ୍ଖଳା। ଏସବୁ ଭିତରେ ପୁଣି ଏବେ ଚର୍ଚ୍ଚାରେ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଚାବିକୁ ନେଇ।  ଯେଉଁଠି ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ରହିଛି ସେହି ଭଣ୍ଡାରର ଚାବି ନାହିଁ। କୁହାଯାଉଥିଲା ଏହାର ଚାବି କାଳେ ଟ୍ରେଜେରୀରେ ରହିଛି। ହେଲେ ଏବେ ଚାବିର ପତ୍ତା ମିଳୁନି। କାହା ପାଖରେ ରହିଲା ଏହି ଚାବି ?

୩୩ ବର୍ଷ ପରେ ଏକଥା ଉଠିବା ପରେ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି। ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଚାବି ନାହିଁ ଟ୍ରେଜେରୀରେ । ଗତକାଲି ଗଣମାଧ୍ୟମ ଆଗରେ ଏଭଳି ତଥ୍ୟ ରଖିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଟ୍ରେଜେରୀରେ ଚାବି ନ ଥିବାରୁ ଶ୍ରୀମନ୍ଦିର ଚେଷ୍ଟରୁ ୫ଟି ଚାବି ନେଇ ରତ୍ନଭଣ୍ଡାରକୁ ଯାଇଥିଲା ଯାଞ୍ଚ କମିଟି।  ତେବେ ଟ୍ରେଜେରୀରେ ଥିବା ଭିତର ରତ୍ନଭଣ୍ଡାରର ଚାବି ଗଲା କୁଆଡ଼େ ବୋଲି ଏବେ ପ୍ରଶ୍ନ ଉଠିଛି ? କାହାପାଖରେ ଅଛି ଏହି ଚାବି ? ଏହାକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି ।  ଦଇତାପତି ନିଯୋଗ ଦାବି କରିଛି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉ। ସେପଟେ ପୁରୀ ସିଂହଦ୍ୱାର ଥାନାର ଦ୍ୱାରସ୍ଥ ହୋଇଛି ଜିଲ୍ଲା ସଚେତନ ନାଗରିକ ମଞ୍ଚ।

ସୂଚନାଯୋଗ୍ୟ, କାନ୍ଥ ଓ ଛାତର ଯାଞ୍ଚ ପାଇଁ ଗତ ବୁଧବାର ଖୋଲିଥିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଏପରିକି ଏ ନେଇ ଗତ ୩ ତାରିଖରେ ପ୍ରସ୍ତୁତ ବ୍ୟବସ୍ଥାବଳୀରେ ଭିତରଭଣ୍ଡାର ତାଲା ନ ଖୋଲିଲେ, ସମସ୍ତଙ୍କ ଉପସ୍ଥିତିରେ ଭଙ୍ଗାଯାଇ ଭିତରଭଣ୍ଡାର ଉନ୍ମୁକ୍ତ କରାଯିବ ବୋଲି ସ୍ଥିର କରାଯାଇଥିଲେ ହେଲେ କାହିଁକି, କେଉଁ ପରିସ୍ଥିତିରେ କେବଳ ବାହାରଭଣ୍ଡାର ଯାଞ୍ଚ କରି ସମସ୍ତେ ଫେରି  ଆସିଲେ ସେ ନେଇ ଉଠିଛି ପ୍ରଶ୍ନ।

ରତ୍ନଭଣ୍ଡାର ଯାଞ୍ଚ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ଯେ, ବାହାର ଭଣ୍ଡାରର ଜାଲି ପଟୁ ସର୍ଚ୍ଚ ଲାଇଟ୍ ଯୋଗେ ଭିତର ରତ୍ନଭଣ୍ଡାରର ଅବସ୍ଥା ବାରି ହୋଇପଡ଼ୁଥିବାରୁ ତାଭିତରକୁ ଯିବାକୁ ଆଉ ଆବଶ୍ୟକ ପଡ଼ି ନ ଥିଲା। ହେଲେ ଏହା ମନ୍ଦିର ସଂରକ୍ଷଣ ଦୃଷ୍ଟିରୁ କେତେଦୂର ଗ୍ରହଣଯୋଗ୍ୟ ?  ବାହାରଭଣ୍ଡାରରେ ଫାଟନେଇ ଜିଲ୍ଲାପାଳ ସ୍ପଷ୍ଟ କରୁଥିବା ବେଳେ ଭିତରଭଣ୍ଡାରକୁ ଭଲଭାବେ ଯାଞ୍ଚ କରିବା ଢାଞ୍ଚାଗତ ସୁରକ୍ଷା ଦୃଷ୍ଟିରୁ ଜରୁରୀ ନୁହେଁ କି ?

ତେବେ ପ୍ରଶ୍ନ ଉଠୁଛି ଯଦି ପୁରୀ ଟ୍ରେଜେରୀରେ ଚାବିର ସନ୍ଧାନ ମିଳୁନି, ତେବେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଉଥିଲେ କାହିଁକି ? ୧୯୮୫ରେ ହୋଇଥିବା ରତ୍ନଭଣ୍ଡାରର ଯାଞ୍ଚ ପରଠୁ ଟ୍ରେଜେରୀରେ ଚାବି ଦାଖଲ ହୋଇନି ବୋଲି ଏତେବର୍ଷ ଧରି କାହାରିକୁ ଜଣା ନ ଥିଲା କିପରି।  ଭିତର ରତ୍ନଭଣ୍ଡାରରେ ଯାହା ବି ଅଛି, ତାହା ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ମନରେ ଉଙ୍କି ମାରିଲାଣି।

Ordigital Desk
• Published: Friday, 06 April 2018
• Updated: 06 April 2018, 09:26 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos