ରତ୍ନଭଣ୍ଡାର ଚାବି ହଜିବା ଘଟଣା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ବିରୋଧୀ ଅସନ୍ତୁଷ୍ଟ, ଅଳଙ୍କାର ସୁରକ୍ଷା ନେଇ ପ୍ରଶ୍ନବାଚୀ

Ordigital Desk
  • Published: Monday, 04 June 2018
  • , Updated: 04 June 2018, 08:43 PM IST
<p>ପୁରୀ(ଓଡିଶା ରିପୋର୍ଟର): ବଢ଼ି ଚାଲିଥିବା ଭକ୍ତଙ୍କ କ୍ଷୋଭ ଆଗରେ ଶେଷରେ ମୁଣ୍ଡ ନୂଆଁଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରିବେ ତେବେ ସରକାରଙ୍କ ଏଭଳି ପଦକ୍ଷେପ କିନ୍ତୁ ବିରୋଧୀ ଦଳ ଓ ସେବାୟତମାନଙ୍କୁ ସନ୍ତୁଷ୍ଟ କରିପାରିନି । ନଜର ହଟାଇବାକୁ ଏହା ଏକ କୌଶଳ କହି କଂଗ୍ରେସ ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ବିଜେପି କହିଛି ଫୌଜଦାରୀ ମାମଲା ରୁଜୁ କରି ଦୋଷୀଙ୍କୁ ଜେଲ୍ ପଠାଇବା ଦରକାର।</p> <p>ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଗଚ୍ଛିତ ଥିବା ରତ୍ନଭଣ୍ଡାରର ଚାବି ହଜିବା ଘଟଣା ସମ୍ପର୍କରେ ସବୁ ଜାଣି ଅଜଣା ଥିଲା ପ୍ରଶାସନ। ଚାବି ଗାଏବ ହେବାକୁ ନେଇ ବିବାଦ ତୀବ୍ର ହେବା ପରେ ସରକାରଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଛି। ତଦନ୍ତ କରି ୩ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ନିର୍ଦ୍ଦେଶ ପୂର୍ବରୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି ବିରୋଧୀ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି, ବିଚାର ବିଭାଗୀୟ ତଦନ୍ତ କେବେ ସରିବ କହିହେବ ନାହିଁ । ସିବିଆଇ କିମ୍ବା କ୍ରାଇମ୍&zwnj; ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ନିର୍ଦ୍ଦେଶ ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ବି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଏହାଦ୍ୱାରା ତଦନ୍ତ ଶୀତଳ ଭଣ୍ଡାରକୁ ଠେଲି ହୋଇଯିବ ବୋଲି କହିଛନ୍ତି ।</p>

Related story