ମନ୍ତ୍ରୀଙ୍କ ମଇଁଷି ଖୋଜିବାକୁ ୨୦୦ ପୋଲିସ, ରତ୍ନ ଭଣ୍ଡାର ଚାବି ଖୋଜିବାକୁ ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ମନ୍ତ୍ରୀଙ୍କ ମଇଁଷି ହଜିଗଲେ ଖୋଜିବାକୁ ୨୦୦ ପୋଲିସ୍ ଲାଗୁଛନ୍ତି। ହେଲେ ଏଠି ରତ୍ନଭଣ୍ଡାର ଚାବି ଖୋଜିବାକୁ ଚୋର ହାତରେ ଦିଆଯାଇଛି ଚାବିକାଠି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଶୁଣି ହସ ଲାଗୁଛି। ଏଣୁ ଆମର ଗୋଟିଏ ମାତ୍ର ଦାବି ଚାବି ଚୋରକୁ ଧର। ଆଉ ସିବିଆଇ ହାତରେ ଘଟଣାର ତଦନ୍ତ କର।” ରତ୍ନଭଣ୍ଡାର ସୁରକ୍ଷା ତଥା ଚାବି ଖୋଜା ଚାଲିଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଥିବା ଜଗନ୍ନାଥ ସେନାର ଆବାହକ ଏହି ମନ୍ତବ୍ୟ […]

chabi

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 06:53 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ମନ୍ତ୍ରୀଙ୍କ ମଇଁଷି ହଜିଗଲେ ଖୋଜିବାକୁ ୨୦୦ ପୋଲିସ୍ ଲାଗୁଛନ୍ତି। ହେଲେ ଏଠି ରତ୍ନଭଣ୍ଡାର ଚାବି ଖୋଜିବାକୁ ଚୋର ହାତରେ ଦିଆଯାଇଛି ଚାବିକାଠି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଶୁଣି ହସ ଲାଗୁଛି। ଏଣୁ ଆମର ଗୋଟିଏ ମାତ୍ର ଦାବି ଚାବି ଚୋରକୁ ଧର। ଆଉ ସିବିଆଇ ହାତରେ ଘଟଣାର ତଦନ୍ତ କର।”

ରତ୍ନଭଣ୍ଡାର ସୁରକ୍ଷା ତଥା ଚାବି ଖୋଜା ଚାଲିଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଥିବା ଜଗନ୍ନାଥ ସେନାର ଆବାହକ ଏହି ମନ୍ତବ୍ୟ ଦେଇଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯାଇଛି। ଏ କଥା ଜାଣିବା ପରେ ବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବଳେ ଆଜି ହଠାତ୍‌ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ କଟୁ ସମାଲୋଚନା କରିଛନ୍ତି ବିରୋଧୀ। ଏଣେ ପୁରୀରେ ଆନ୍ଦୋଳନ ଚଳାଉଥିବା ଜଗନ୍ନାଥ ସନା ଆଜି ପହଞ୍ଚିଥିଲା ଭୁବନେଶ୍ୱରରେ। ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ସେନାର ଆବାହକ ପ୍ରୀୟଦର୍ଶି ପଟ୍ଟନାୟକ ସରକାରଙ୍କୁ ତାଚ୍ଛଲ୍ୟ କରିଛନ୍ତି। କହିଛନ୍ତି- “୩ ମାସରେ ବିଚାର ବିଭାଗୀୟ ତଦନ୍ତ ସରିବ, ଶୁଣିଲେ ହସ ମାଡୁଛି। କମିଟି ଗଢା ହେଉ ହେଉ ୩ ମାସ ବିତିଯିବ ଆଉ ତଦନ୍ତ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ବି ମାତ୍ର ୩ ମାସରେ ସରିଯିବ। ଖାଲି ତାରିଖ ପେ ତାରିଖ ଆଉ ତାରିଖ ପେ ତାରିଖ ହୋଇ ଦିନ ବିତିଯିବ। ଯାହା ଚାବି ଖୋଜିବେ ଆମେ ଜାଣିଛୁ। ମୁଖ୍ୟମନ୍ତ୍ରୀ ଯିବେ ଘରକୁ, ଆମେ ଖୋଜୁଥିବୁ ଚାବିକୁ”। ଏମିତି ତାଛଲ୍ୟ କରି ସରକାରଙ୍କ ଅଭିମୁଖ୍ୟକୁ କଟାକ୍ଷ କରିଛନ୍ତି ପଟ୍ଟନାୟକ।

ଘଟଣାର ସବିଶେଷ ଯାଞ୍ଚ କରି ଦୋଷୀ ଜିଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସେନା।

 

Related story