ରଥଯାତ୍ରା ସୁରକ୍ଷା ପାଇଁ ୫ଟି ସେକ୍ଟର: ୧୨ ଏସ୍‌ପି କ୍ୟାଡର୍ ଅଫିସରଙ୍କ କାନ୍ଧରେ ଦାୟିତ୍ୱ

ପୁରୀ: ଆଉ ଦୁଇ ଦିନ ରହିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା।  ରଥଯାତ୍ରା ସୁରକ୍ଷା ନେଇ ଆଜି ପୋଲିସ ଡିଜି କେବି ସିଂଙ୍କ ଅଧ୍ୟକ୍ଷତାରେ ପୁରୀରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ଆଇନଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ମନ୍ଦିର, ବାହାରକର୍ଡନ, ନବଯୌବନ ଦର୍ଶନ, ରଥଯାତ୍ରା ଓ ଭିଡ଼ ନିୟନ୍ତ୍ରଣ ଟ୍ରାଫିକ ଦାୟିତ୍ୱରେ ଆଇଜି ସଂଜୀବ ପଣ୍ଡା ରହିବେ। ସେହିପରି ଭିଡ଼ […]

rath

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 11:19 PM IST

ପୁରୀ: ଆଉ ଦୁଇ ଦିନ ରହିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା।  ରଥଯାତ୍ରା ସୁରକ୍ଷା ନେଇ ଆଜି ପୋଲିସ ଡିଜି କେବି ସିଂଙ୍କ ଅଧ୍ୟକ୍ଷତାରେ ପୁରୀରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ଆଇନଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ମନ୍ଦିର, ବାହାରକର୍ଡନ, ନବଯୌବନ ଦର୍ଶନ, ରଥଯାତ୍ରା ଓ ଭିଡ଼ ନିୟନ୍ତ୍ରଣ ଟ୍ରାଫିକ ଦାୟିତ୍ୱରେ ଆଇଜି ସଂଜୀବ ପଣ୍ଡା ରହିବେ। ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଆଇଜି ଅସିତ ପାଣିଗ୍ରାହୀ, ରଥ କର୍ଡନ ଦାୟିତ୍ୱରେ ଏଡିଜି ସତ୍ୟଜିତ ମହାନ୍ତି, ଆଇଜି ଦୀପ୍ତେଶ ପଟ୍ଟନାୟକ, ଶ୍ରୀମନ୍ଦିର ଦାୟିତ୍ୱରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱରେ ଏଡିଜି ବିନୟାନନ୍ଦ ଝା ରହିବେ।

ରଥ ଯାତ୍ରା ପାଇଁ ଦାୟିତ୍ୱରେ ୧୨ଜଣ ଏସ୍‌ପି ରାଙ୍କ ଅଫିସର ନିୟୋଜିତ ହେବେ। ସେହିପରି ୨୮ ଏଏସ୍‌ପି, ୬୮ ଜଣ ଡିଏସ୍‌ପି, ୧୩୬ ଇନ୍ସସପେକ୍ଟର, ୬୪୩ ଏସ୍ଆଇ, ୪୬୮ କନଷ୍ଟେବଲ, ୧୧୩ ଟ୍ରାଫିକ କନଷ୍ଟେବଲ, ୧୫୮୦ ହୋମଗାର୍ଡ, ୨ କଂପାନୀ ଆର୍‌ଏଏଫ୍, ୨ କଂପାନୀ ‌ଏସ୍‌ଓଜି, ୨ କଂପାନୀ ଓଡ୍ରାଫ୍ ଓ ୧୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ।

Related story