ରାୟଗଡା: ରାୟଗଡ଼ା ଜିଲା ପାରସାଲିଠାରେ ଡଙ୍ଗରିଆ କନ୍ଧଙ୍କ ସାମାଜିକ, ଅର୍ଥନୈତିକ ଓ ଜୀବିକା ନିର୍ବାହ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଡଙ୍ଗରିଆ ନେତା ସିକକା ଲଦଙ୍କ ନେତୃତ୍ୟରେ ହୋଇଥିବା ଏହି ବୈଠକରେ ଡଙ୍ଗରିଆ କନ୍ଧଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଦ୍ୟୁତ, ପିଇବା ପାଣି ଯୋଗାଣ, ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକ ପୂର୍ବରୁ ନିୟମ ଗିରି ପାହାଡ଼ରେ ଉତ୍ପାଦନ ହେଉଥିବା ସାମଗ୍ରୀକୁ ବିକ୍ରିବଟା ପାଇଁ ଏକ ଆଦିବାସୀ ବଜାର ଖଲିବା ନିମନ୍ତେ ପାରସାଲିଠାରେ ଜିଲ୍ଲାପାଲ ଭୂମିପୂଜା କରିଥିଲେ ।