ରାୟଗଡା: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରିବା ପରେ ମୃତଦେହ ପୋଡି ଦିଆଗଲା

ରାୟଗଡା: କେନ୍ଦୁଝର ଜିଲ୍ଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ଏକପ୍ରକାର କାରଣକୁ ନେଇ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ କଣ ଗାଁରେ ଘଟିଛି ଏପରି ଘଟଣା । ମୃତବ୍ୟକ୍ତି ଜଣଙ୍କ ହେଲେ ଗାଁର ଜଗବନ୍ଧୁ କଲାକା । ଶନିବାର ଜଗବନ୍ଧୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯିବା […]

raygada

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 07:40 AM IST

ରାୟଗଡା: କେନ୍ଦୁଝର ଜିଲ୍ଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ଏକପ୍ରକାର କାରଣକୁ ନେଇ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ କଣ ଗାଁରେ ଘଟିଛି ଏପରି ଘଟଣା । ମୃତବ୍ୟକ୍ତି ଜଣଙ୍କ ହେଲେ ଗାଁର ଜଗବନ୍ଧୁ କଲାକା । ଶନିବାର ଜଗବନ୍ଧୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯିବା ପରେ ତାଙ୍କୁ ଜଙ୍ଗଲକୁ ନେଇଯାଇଥିବା ପୋଲିସ ନିକଟରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତନାଘନା କରି ଆଜି ଜଙ୍ଗଲରୁ ଜଗବନ୍ଧୁଙ୍କ ମୃତଦେହକୁ ଉଦ୍ଧାର କରିଛି।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗତ ସପ୍ତାହରେ ଏହି ଗାଁର ବାଲା କଲାକା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଜଗବନ୍ଧୁଙ୍କ ପରିବାର ସଦସ୍ୟ ମିଶି ଗୁଣି କରି ହତ୍ୟା କରିଥିବା ସନ୍ଦେହ କରିଥିଲେ ଗାଁର କିଛି ଲୋକ। ଶନିବାର ଏହି ଘଟଣାକୁ ନେଇ ଜଗବନ୍ଧୁ ଏବଂ ତାଙ୍କ ସପରିବାରକୁ ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏହାସହ ଜଗବନ୍ଧୁଙ୍କୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ଭିତରକୁ ନେଇଯାଇ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ପୋଡି ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅସ୍ତି ଓ ପାଉଁଶ ଜବତ କରି ଫରେନସିକ ଟେଷ୍ଟ ପାଇଁ ପଠାଇଛନ୍ତି । ତେବେ ଘଟଣା ସମ୍ପର୍କରେ ପୋଲିସର ପଚରାଉଚରା ବେଳେ ଜଗବନ୍ଧୁଙ୍କୁ ମୂର୍ଚ୍ଛା ରୋଗ ଥିଲା । ସେ ମରିଯିବାରୁ ତାଙ୍କୁ ଜଙ୍ଘଲରେ ପୋଡିଦେଇଥିଲୁ ବୋଲି ଗ୍ରାମବାସୀ କହିଛନ୍ତି ।

Related story