ଡାହାଣୀ ସଜାଇଲା ଦାରିଦ୍ର୍ୟ: ୪ ବର୍ଷର ପୁଅକୁ ଝୁଲାଇ ଝୁଲିପଡ଼ିଲା ମା’!

ରାୟଗଡ଼ା (ମନୋଜ ପାତ୍ର): ୬ ମାସ ତଳେ ସ୍ୱାମୀଙ୍କୁ ଛଡ଼ାଇ ନେଇଥିଲା ମହାମାରୀ କରୋନା। ସ୍ୱାମୀଙ୍କ ପରେ ପରେ ଅଫେରା ରାସ୍ତାରେ ଚାଲିଯାଇଥିଲେ ଶ୍ୱଶୂର। ଦୁଇ ଜଣ ରୋଜଗାରିଆଙ୍କୁ ହରାଇବା ପରେ ଦାରିଦ୍ର୍ୟ ଭିତରେ ଘାଣ୍ଟି ହେଉଥିଲେ ପି. ଦିବ୍ୟ। ଶେଷରେ ୪ ବର୍ଷର ପୁଅକୁ ଝୁଲାଇ ଦେଇ ନିଜେ ଝୁଲି ପଡ଼ିଲେ ପି.ଦିବ୍ୟ! ଆଜି ଏପରି ଲୋମଟାଙ୍କୁରା ଦୃଶ୍ୟ ରାୟଗଡା ଜିଲ୍ଲାରେ ଘଟିଛି। ୬ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ପି. ଦିବ୍ୟଙ୍କ ସ୍ୱାମୀ […]

baby

Manoranjan Sial
  • Published: Saturday, 20 February 2021
  • , Updated: 20 February 2021, 08:27 PM IST

ରାୟଗଡ଼ା (ମନୋଜ ପାତ୍ର): ୬ ମାସ ତଳେ ସ୍ୱାମୀଙ୍କୁ ଛଡ଼ାଇ ନେଇଥିଲା ମହାମାରୀ କରୋନା। ସ୍ୱାମୀଙ୍କ ପରେ ପରେ ଅଫେରା ରାସ୍ତାରେ ଚାଲିଯାଇଥିଲେ ଶ୍ୱଶୂର। ଦୁଇ ଜଣ ରୋଜଗାରିଆଙ୍କୁ ହରାଇବା ପରେ ଦାରିଦ୍ର୍ୟ ଭିତରେ ଘାଣ୍ଟି ହେଉଥିଲେ ପି. ଦିବ୍ୟ। ଶେଷରେ ୪ ବର୍ଷର ପୁଅକୁ ଝୁଲାଇ ଦେଇ ନିଜେ ଝୁଲି ପଡ଼ିଲେ ପି.ଦିବ୍ୟ! ଆଜି ଏପରି ଲୋମଟାଙ୍କୁରା ଦୃଶ୍ୟ ରାୟଗଡା ଜିଲ୍ଲାରେ ଘଟିଛି।

୬ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ପି. ଦିବ୍ୟଙ୍କ ସ୍ୱାମୀ ପି.ଶ୍ରୀନୁଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁର ମାସକ ପରେ ଶ୍ୱଶୂରଙ୍କ ମୃତ୍ୟୁ ଘଟିଥିଲା। ଏବେ ପି.ଦିବ୍ୟ, ତାଙ୍କର ୪ ବର୍ଷର ପୁଅ ପି.ସାଇ ଓ ଶାଶୁ ରହୁଥିଲେ। ଦୁଇ ଦୁଇ ଜଣ ରୋଜଗାରିଆଙ୍କୁ ପି.ଦିବ୍ୟ ଓ ତାଙ୍କ ଶାଶୁ ଭାଙ୍ଗି ପଡ଼ିଥିଲେ। ନାନା ଆର୍ଥିକ ଅନଟନ ଦେଇଗତି କରୁଥିଲେ। ଯାହାକୁ ନେଇ ଦିବ୍ୟ ବିବ୍ରତ ଥିଲେ।

ଶନିବାର ଅପରାହ୍ନରେ ଦିବ୍ୟଙ୍କ ଶାଶୁ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ଦିବ୍ୟ ଓ ତାଙ୍କୁ ପୁଅ ଥିଲେ। ଶାଶୁଙ୍କ ଅନୁପସ୍ଥିତିରେ ନିଜର ଜନ୍ମକଲା ପୁଅକୁ ପ୍ରଥମେ ଝୁଲାଇ ଦେଇଥିଲେ। ପରେ ଶାଢ଼ୀରେ ନିଜେ ଝୁଲି ପଡ଼ିଥିଲେ। କାମରୁ ଫେରି ବୋହୂ ଓ ନାତିଙ୍କ ମୃତଦେହ ଝୁଲୁଥିବା ଦେଖି ଶାଶୁ ପୁଲିସକୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାନ୍ଦିଲି ପୁଲିସ ଓ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପ୍ରାଥମିକ ଅନୁସନ୍ଧାନରୁ ଦାରିଦ୍ର୍ୟତା କାରଣରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Related story