ରାୟଗଡ଼ା ଷ୍ଟେସନରୁ ଦୁଇ ଶହ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା:ରାୟଗଡ଼ା ରେଳ ଷ୍ଟେସନରୁ ଦୁଇ ଶହ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ରାତିରେ ଏହି ଶ୍ରମିକମାନେ ପୁରୀ-ଅହମ୍ମଦାବାଦ ଟ୍ରେନରେ ଦାଦନ ଖଟିବା ପାଇଁ ବାହାରକୁ ଯାଉଥିଲେ। ଖବରପାଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରେନ ଯାଞ୍ଚ କରାଯାଇଥିଲା। ବଲାଙ୍ଗିର ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୨ଶହରୁ ଅଧିକ ପୁରୁଷ ଓ ମହିଳାମାନେ ବ୍ରହ୍ମପୁର ଯାଇ ସେଠାରୁ ବିଭିନ୍ନ ରାଜ୍ୟକୁ ଯିବାର ଥିଲା। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯିବା ପରେ ଟ୍ରେନ୍ ଯୋଗେ ବଲାଙ୍ଗିର ପଠାଯାଇଛି। […]

rayagra-6

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 07:18 AM IST

ରାୟଗଡ଼ା:ରାୟଗଡ଼ା ରେଳ ଷ୍ଟେସନରୁ ଦୁଇ ଶହ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ରାତିରେ ଏହି ଶ୍ରମିକମାନେ ପୁରୀ-ଅହମ୍ମଦାବାଦ ଟ୍ରେନରେ ଦାଦନ ଖଟିବା ପାଇଁ ବାହାରକୁ ଯାଉଥିଲେ।

ଖବରପାଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରେନ ଯାଞ୍ଚ କରାଯାଇଥିଲା। ବଲାଙ୍ଗିର ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୨ଶହରୁ ଅଧିକ ପୁରୁଷ ଓ ମହିଳାମାନେ ବ୍ରହ୍ମପୁର ଯାଇ ସେଠାରୁ ବିଭିନ୍ନ ରାଜ୍ୟକୁ ଯିବାର ଥିଲା। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯିବା ପରେ ଟ୍ରେନ୍ ଯୋଗେ ବଲାଙ୍ଗିର ପଠାଯାଇଛି। ଶ୍ରମିକଙ୍କୁ ଚାଲାଣ କରୁଥିବା ଦଲାଲ ଫେରାର ରହିଛି।

Related story