ମୁଖ୍ୟ ସଚିବଙ୍କୁ ରିଜର୍ଭବ୍ୟାଙ୍କର ପରାମର୍ଶ: ‘ଘରୋଇ ବ୍ୟାଙ୍କରୁ ଟଙ୍କା ସ୍ଥାନାନ୍ତର ନିଷ୍ପତ୍ତି ଆର୍ଥିକ ଅସ୍ଥିରତା ସୃଷ୍ଟି କରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଜମା ବୁଡ଼ିଯିବାକୁ ନେଇ ଆଶଙ୍କା ଦେଖାଦେଇ ଥିବାବେଳେ ଘରୋଇ ବ୍ୟାଙ୍କରୁ ସରକାରୀ ପାଣ୍ଠି ସ୍ଥାନାନ୍ତର ନକରିବା ପାଇଁ ଆଜି ରାଜ୍ୟ ସରକାରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଏଭଳି ପ୍ରତିକ୍ରିୟାମୂଳକ ନିଷ୍ପତ୍ତି ସାଧାରଣ ଭାବେ ଆର୍ଥିକ ବ୍ୟବସ୍ଥାର ସ୍ୱାର୍ଥର ପରିପନ୍ଥୀ ନୁହେଁ। ବିଶେଷକରି ବ୍ୟାଙ୍କଙ୍ଗ୍ ବ୍ୟବସ୍ଥାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଘରୋଇ ବ୍ୟାଙ୍କରୁ ଅର୍ଥ ଉଠାଣକୁ ନେଇ ରାଜ୍ୟ ସରକାର […]

yes-bank

yes-bank

Manoranjan Sial
  • Published: Thursday, 12 March 2020
  • Updated: 12 March 2020, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଜମା ବୁଡ଼ିଯିବାକୁ ନେଇ ଆଶଙ୍କା ଦେଖାଦେଇ ଥିବାବେଳେ ଘରୋଇ ବ୍ୟାଙ୍କରୁ ସରକାରୀ ପାଣ୍ଠି ସ୍ଥାନାନ୍ତର ନକରିବା ପାଇଁ ଆଜି ରାଜ୍ୟ ସରକାରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଏଭଳି ପ୍ରତିକ୍ରିୟାମୂଳକ ନିଷ୍ପତ୍ତି ସାଧାରଣ ଭାବେ ଆର୍ଥିକ ବ୍ୟବସ୍ଥାର ସ୍ୱାର୍ଥର ପରିପନ୍ଥୀ ନୁହେଁ। ବିଶେଷକରି ବ୍ୟାଙ୍କଙ୍ଗ୍ ବ୍ୟବସ୍ଥାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଘରୋଇ ବ୍ୟାଙ୍କରୁ ଅର୍ଥ ଉଠାଣକୁ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ପ୍ରକ୍ରିୟାରୁ ଓହରିଯିବା ପାଇଁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି। ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କାର ସୁରକ୍ଷାକୁ ନେଇ ଆଜି ବିଧାନସଭାରେ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇଥିବାବେଳେ ବିଜେଡି ସାଂସଦମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଭେଟି ଏହି ଟଙ୍କାକୁ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ନିମନ୍ତେ ଅନୁରୋଧ କରିଛନ୍ତି।

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏନ.ଏସ. ବିଶ୍ୱନାଥନ୍ ଆଜି ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଚିଠି ଲେଖି ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରୁ ସରକାରୀ ପାଣ୍ଠି ପ୍ରତ୍ୟାହାର ନକରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେତେକ ରାଜ୍ୟ ସରକାର ଘରୋଇ ବ୍ୟାଙ୍କରେ ଥିବା ପାଣ୍ଠିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ନିମନ୍ତେ ନିଜର ସରକାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ତେବେ ଏଭଳି ପଦକ୍ଷେପ ଦ୍ୱାରା ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବାର ଆଶଙ୍କା ରହିଛି। ତେବେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ଘରୋଇ ବ୍ୟାଙ୍କର ଆର୍ଥିକ ସ୍ଥିତି ଓ ଜମା ଅର୍ଥର ସୁରକ୍ଷା ନିମନ୍ତେ ଆବଶ୍ୟକ ନିୟନ୍ତ୍ରଣ ଓ ତଦାରଖ କରିବା ପାଇଁ ଯଥେଷ୍ଟ କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ ଅଛି। ତେଣୁ ୟେସ ବ୍ୟାଙ୍କ ଉପରେ କଟକଣା ପରେ ଘରୋଇ ବ୍ୟାଙ୍କଗୁଡ଼ିକର ଏଭଳି କଠିନ ସମୟରେ ଜମାକାରୀଙ୍କ ବିଶ୍ୱାସ ସେମାନଙ୍କ ଉପରେ ବଜାୟ ରହିବାର ଆବଶ୍ୟକତା ମଧ୍ୟ ଅଛି। ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିନା ବିଳମ୍ବରେ ସବୁପ୍ରକାରର ପଦକ୍ଷେପ ନେଇଛନ୍ତି। ତେଣୁ ଘରୋଇ ବ୍ୟାଙ୍କର ଜମାଅର୍ଥର ସୁରକ୍ଷାକୁ ନେଇ ଆଶଙ୍କା ଭୁଲ୍ ସନ୍ଦେଶ ଦେଉଛି। ଘରୋଇ ବ୍ୟାଙ୍କରୁ ଅର୍ଥ ସ୍ଥାନାନ୍ତର ନିଷ୍ପତ୍ତି ମଧ୍ୟ ଆର୍ଥିକ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେବ। ତେଣୁ ଘରୋଇ ବ୍ୟାଙ୍କରୁ ଅର୍ଥ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ନେଇସାରିଥିବା ପ୍ରକ୍ରିୟାରୁ ଓହରିବା ପାଇଁ ରିଜର୍ଭ ବ୍ୟାଙ୍କ ଅନୁରୋଧ କରିଥିବା ଶ୍ରୀ ବିଶ୍ୱନାଥନ୍ ତାଙ୍କ ଚିଠିରେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos