ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ରାକେଶ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ମାମଲାରେ ଭୁବନେଶ୍ୱର କମିଶନରେଟ ପୁଲିସ ହାତରେ ଅଭିଯୁକ୍ତ ରାକେଶ ସ୍ୱାଇଁ। ପୁଲିସ ତାଙ୍କୁ ଏୟାରଫିଲ୍‌ଡ ଥାନା ଅଞ୍ଚଳରୁ ଗିରଫ କରିଛି। ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୁଲିସ ଜାଣିବାକୁ ପାଇଛି। ଅଧିକ ତଦନ୍ତ ପାଇଁ ରାକେଶଙ୍କୁ ରିମାଣ୍ଡରେ ନେଇଛି ଯାଜପୁର ପୁଲିସ। ବିଶେଷ ସୂତ୍ରରୁ ପ୍ରକାଶ, ଗତ ୨୬ ତାରିଖରେ ଝରାଫୁଲଙ୍କୁ ହତ୍ୟା କରାଯାଇଥିଲା। ପରେ ରାକେଶ ଓ […]

rakesh

Manoranjan Sial
  • Published: Thursday, 28 January 2021
  • , Updated: 28 January 2021, 11:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ମାମଲାରେ ଭୁବନେଶ୍ୱର କମିଶନରେଟ ପୁଲିସ ହାତରେ ଅଭିଯୁକ୍ତ ରାକେଶ ସ୍ୱାଇଁ। ପୁଲିସ ତାଙ୍କୁ ଏୟାରଫିଲ୍‌ଡ ଥାନା ଅଞ୍ଚଳରୁ ଗିରଫ କରିଛି। ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୁଲିସ ଜାଣିବାକୁ ପାଇଛି। ଅଧିକ ତଦନ୍ତ ପାଇଁ ରାକେଶଙ୍କୁ ରିମାଣ୍ଡରେ ନେଇଛି ଯାଜପୁର ପୁଲିସ।

ବିଶେଷ ସୂତ୍ରରୁ ପ୍ରକାଶ, ଗତ ୨୬ ତାରିଖରେ ଝରାଫୁଲଙ୍କୁ ହତ୍ୟା କରାଯାଇଥିଲା। ପରେ ରାକେଶ ଓ ତାଙ୍କ ସାଙ୍ଗ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବା ପାଇଁ ସ୍କୁଟିରେ ନେଉଥିଲେ। ହେଲେ ଜାତୀୟ ରାଜପଥରର ଯାଜପୁର ନିକଟରେ ମୃତ ଝରାଫୁଲଙ୍କ ପାଦ ଦଳେ ଘୁଷୁରୁଥିବା ଦେଖି କେତେକ ସ୍ଥାନୀୟ ଲୋକେ ରାକେଶ ଓ ତାଙ୍କ ବନ୍ଧୁଙ୍କୁ କହିଥିଲେ। ଏହା ପରେ ଦୁଇ ସାଙ୍ଗ ଭୟଭୀତ ହୋଇଯାଇଥିଲେ। ପରେ ଯାଜପୁର କୁଆଖିଆ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଝରାଫୁଲଙ୍କ ମୃତଦେହ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ ମୁହଁ ଖୋଲି ନାହିଁ। ଗୁରୁବାର ପୁଲିସ ଏହି ମର୍ଡର ମିଷ୍ଟ୍ରୀ ଉପରୁ ପର୍ଦ୍ଦା ହଟାଇବ ବୋଲି ଜଣାପଡ଼ିଛି।

ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା। ଦୁଇ ଜଣ ଯୁବକ ଏକ ସ୍କୁଟିରେ ତାଙ୍କୁ ନେଇ ସେଠାରେ ଫିଙ୍ଗି ଦେଇଥିବା ସିସିଟିଭିରେ କଏଦ ହୋଇଥିଲା। ଝରାଫୁଲଙ୍କ ମୃତ୍ୟୁର ୨୪ ଘଣ୍ଟା ଝିଅ ଲଭ୍‌ ଏଫ୍‌ଆଇର କଥା କହିଥିଲେ ତାଙ୍କ ବାପା ରମାକାନ୍ତ ନାୟକ। ଭୁବନେଶ୍ୱରର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସପର୍କ ଥିବା ସେ ପ୍ରକାଶ କରିଥିଲେ। ଏକଥା ଜାଣିବା ପରେ ସେ ଝିଅକୁ ତାଗିଦ କରିଥିଲେ। ଅନ୍ୟପକ୍ଷରେ ଝରାଫୁଲର ମୃତ୍ୟୁ ପଛରେ ରାକେଶର କିଛି ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି।

ବାପା ରମାକାନ୍ତଙ୍କ ଅଭିଯୋଗ ପରେ ଯାଜପୁର ପୁଲିସ ରାକେଶଙ୍କ ସୁନ୍ଦରପଦା ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ହେଲେ ରାକେଶର ପତ୍ତା ପାଇନଥିଲା। ଖାଲି ହାତରେ ପୁଲିସ ଫେରିଥିଲା।

Related story