ବୈଜୟନ୍ତଙ୍କ ଇସ୍ତଫା ପରେ କିଏ କ’ଣ କହିଲେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଜୁ ଜନତା ଦଳର କାର୍ଯ୍ୟକଳାପ ତାଙ୍କୁ ଗଭୀର ପୀଡ଼ା, ଆଘାତ ଓ ଦୁଃଖ ଦେଇଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର କୌଣସି ନେତା ନଆସିବା ତାଙ୍କୁ ବହୁତ କଷ୍ଟ ଦେଇଥିବା ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ତେବେ ବୈଜୟନ୍ତଙ୍କ ଇସ୍ତଫା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ଜାଣନ୍ତୁ କିଏ କ’ଣ କହୁଛନ୍ତି।
ବୈଜୟନ୍ତ ଇସ୍ତଫା ଦେବା ପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଗତ କିଛି ଦିନ ହେବ ସେ ନିଆରା ଢଙ୍ଗରେ ଚାଲିଛନ୍ତି ଓ ନିଆରା ପ୍ରତିକ୍ରିୟା ଦେଉଛନ୍ତି। ଦଳର ସଭାପତିଙ୍କ ପାଖରେ ତାଙ୍କ ଇସ୍ତଫା ପତ୍ର ପହଞ୍ଚିଛି। ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି, ଏ ସମୟରେ ରାଜନୈତିକ ଆଲୋଚନା ଚାହୁଁନୁ। ଏକାଦଶାହ ପରେ ଏନେଇ ଦଳ ଉତ୍ତର ରଖିବ। ଦଳ ବର୍ତ୍ତମାନ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହିଁ।”
ବୈଜୟନ୍ତଙ୍କ ଇସ୍ତଫା ପରେ କଡ଼ା ଭାଷାରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ବୈଜୟନ୍ତ ପଣ୍ଡା ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନକୁ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର କୌଣସି ନେତା ନଯିବା ତାଙ୍କୁ ନିଶ୍ଚିତ ଭାବେ ବାଧିଛି। କେହି ନଯିବା ରାଜନୈତିକ ଓ ସାମାଜିକ ଶିଷ୍ଟାଚାରର ନଗ୍ନ ଉଲ୍ଲଂଘନ। ଏକ ଅଦୃଶ୍ୟ ହାତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଯିବାକୁ ମନା କରିଛି। ଉକ୍ତ ଅଦୃଶ୍ୟ ହାତର ନିର୍ଦ୍ଦେଶରେ ସବୁ କିଛି ହୋଇଛି।”
ବୈଜୟନ୍ତ ଇସ୍ତଫା ଦେବା ପରେ ବିଜେଡିକୁ ସୌଜନ୍ୟତା ମନେପଡ଼ିଲା ବୋଲି କଟାକ୍ଷ କରିଛନ୍ତି ସାମ୍ବାଦିକ ରବି ଦାସ। ସେ କହିଛନ୍ତି, “ସୌଜନ୍ୟତା ଦୃଷ୍ଟିରୁ ଏବେ କିଛି କହିବେନି ବୋଲି ଦେବୀ ମିଶ୍ର କହିଛନ୍ତି। ଏକାଦଶାହ ପରେ ଦଳ ଏନେଇ ମତ ଦେବ ବୋଲି କହିଛନ୍ତି। ଶେଷଦର୍ଶନକୁ ଯାଇ ନଥିବା ଦଳର ଏ କି ସୌଜନ୍ୟତା। ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା।”
ବୈଜୟନ୍ତଙ୍କ ଇସ୍ତଫା ତାଙ୍କ ବ୍ୟକ୍ତିଗତ କଥା। କାହାର ଶେଷ ଦର୍ଶନକୁ କିଏ ଯିବ, ନଯିବ ତାଙ୍କ ନିଜ ବ୍ୟାପାର ଓ ଏହା ସେମାନଙ୍କ ବିବେକ ଉପରେ ନିର୍ଭର କରେ। ଏହି କାରଣକୁ ନେଇ ସେ ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି। ଏହାକୁ ନେଇ ମୋର କିଛି କହିବାର ନାହିଁ। ବିଜେଡି ନେତା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ନଯିବାକୁ କୁହାଯାଇଥିବା କଥା ମୋତେ ଜଣାନାହିଁ। ମୋତେ ତ କେହି ନଯିବାକୁ କହି ନଥିଲେ। ଗତ ୬ ମାସ ହେଲାଣି ବିଜେଡି କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରୁନି। ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଉ ନଥିବାରୁ ସେ ବିଷୟରେ ଜାଣିନି। ମୁଁ ଭୁବନେଶ୍ୱରରେ ନଥିଲି, ତେଣୁ ତାଙ୍କ ପିତାଙ୍କ ଶେଷ ଦର୍ଶନ ପାଇଁ ଯାଇପାରିଲି ନାହିଁ।”
ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମାନବିକ ସୌଜନ୍ୟତା ଦେଖାଇଲାନି ବିଜେଡି। ତାଙ୍କ ମନକୁ ନିଶ୍ଚିତ କଷ୍ଟ ହୋଇଥିବ। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ମୋ ମନକୁ କଷ୍ଟ ହେଉଛି। ତାଙ୍କ ସ୍ୱାଭିମାନ ଦୃଷ୍ଟିରୁ ସେ ଠିକ ନିଷ୍ପତ୍ତି ନେଇଥିବା ମୋ ବିଶ୍ୱାସ।”
ବୈଜୟନ୍ତଙ୍କୁ ବିଜେପିକୁ ଆମନ୍ତ୍ରଣ କରାଯିବା ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, “ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରୁଥିବା ଭଲ ଲୋକଙ୍କୁ ସ୍ୱାଗତ କରିବୁ।”
ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, “ସେ ତାଙ୍କ ଇଚ୍ଛା ଅନୁସାରେ ଇସ୍ତଫା ଦେଇଛନ୍ତି। କିଏ କେଉଁ ଦଳରେ ତାହା ତାଙ୍କ ଇଚ୍ଛା, ଏଥିରେ ମୋର କିଛି କହିବାର ନାହିଁ।”
ବୈଜୟନ୍ତଙ୍କ ଇସ୍ତଫା ଭଲ ଓ ଉଚିତ କାମ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ। ସେ କହିଛନ୍ତି, “ସାଂସଦ ଭାବେ ଦାୟିତ୍ୱ ତୁଲାଇବାରେ ବୈଜୟନ୍ତ ତ୍ରୁଟି କରି ନାହାନ୍ତି। ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଭଲ କାମ କରିଛନ୍ତି। ଜାତୀୟସ୍ତରରେ ଦଳ ଓ ରାଜ୍ୟର ଲୋକପ୍ରିୟତା ପାଇଁ କାର୍ଯ୍ୟ କରିଛନ୍ତି। ଜାତୀୟସ୍ତରରେ ରାଜ୍ୟ ପାଇଁ ଖୁବ୍ କମ୍ ସାଂସଦ କାମ କରନ୍ତି। ସେମାନଙ୍କ ମଧ୍ୟରେ ବୈଜୟନ୍ତ ଅନ୍ୟତମ। ଦଳର ମୁଖିଆଙ୍କ ଅଜାଣତରେ ସବୁ ଚାଲିଥିଲା କୁହାଯାଇ ପାରିବନି। ପ୍ୟାରୀଙ୍କ କାଳରୁ ହିଁ ସବୁ ସଭାପତିଙ୍କ ଜାଣତରେ ଚାଲିଥିଲା।”
ବୈଜୟନ୍ତ ଜଣେ ଭଲ ସାଂସଦ ଥିଲେ। ସେ ଦଳ ଛାଡିବା ପରେ ବିଜେଡି ଦୁର୍ବଳ ହୋଇପଡ଼ିବ। ଭବିଷ୍ୟତରେ ଏମିତି ଅନେକ ନେତା ବିଜେଡି ଛାଡିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, “ସୌଜନ୍ୟ ଦୃଷ୍ଟିରୁ ବିଜେଡି ନେତା ଓ ମୁଖ୍ୟମନ୍ତ୍ରୀ ତାଙ୍କ ବାପାଙ୍କ ଶେଷ ଦର୍ଶନ ପାଇଁ ଯିବାର ଥିଲା।
Ordigital Desk
• Published: Monday, 28 May 2018
• Updated: 28 May 2018, 03:39 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos